ETV Bharat / state

RTO ପରିଚୟ ଦେଇ କରୁଥିଲେ ବଟି ଆଦାୟ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ

author img

By ETV Bharat Odisha Team

Published : Sep 6, 2023, 8:06 PM IST

fake RTO officer arrested in sundargarh
ସୁନ୍ଦରଗଡ଼ ସୀମାରୁ ନକଲି RTO ଗିରଫ

ଆରଟିଓ ପରିଚୟ ଦେଇ କରୁଥିଲେ ବଟି ଆଦାୟ । ମାଡ଼ି ବସିଲା ପୋଲିସ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ତିନି ଅଭିଯୁକ୍ତକୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ ସୀମାରୁ ନକଲି RTO ଗିରଫ

ରାଉରକେଲା: ଆରଟିଓ ପରିଚୟ ଦେଇ କରୁଥିଲେ ବଟି ଆଦାୟ । ମାଡ଼ି ବସିଲା ପୋଲିସ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ତିନି ନକଲି ଆରଟିଓଙ୍କୁ ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ତିନି ଅଭିଯୁକ୍ତଙ୍କୁ ସିମ୍‌ଡେଗା ଜେଲକୁ ପଠାଇ ଦିଆଯାଇଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ କରୁଛି ।

ସୋମବାର ରାତି ପ୍ରାୟ ୯ ଟାରେ ତିନି ଜଣ ଯୁବକ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜାତୀୟ ରାଜପଥର ଆମ୍ବାପାଣି ଜଙ୍ଗଲ( ଜୋରାମ ଘାଟି) ନିକଟରେ ପହଞ୍ଚିଥିଲେ । ନିଜକୁ ସୁନ୍ଦରଗଡ଼ର ଆରଟିଓ ଓ ସ୍ଥାନୀୟ ପୋଲିସର ପରିଚୟ ଦେଇ ଟ୍ରକ ଗୁଡ଼ିକର କାଗଜପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ କାଗଜ ପତ୍ରରେ ବିଭିନ୍ନ ତ୍ରୁଟି ଦର୍ଶାଇ ଡ୍ରାଇଭରଙ୍କୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ସେଠାରୁ ସିଧାସଳଖ କାର ଯୋଗେ ବୀରମିତ୍ରପୁର ରାଏବୋଗା ଥାନା ଅନ୍ତର୍ଗତ ମଝାପଡ଼ା ପଞ୍ଚାୟତ କେନ୍ଦୁମୁଣ୍ଡା ରାସ୍ତାକୁ ଚାଲି ଆସିଥିଲେ । ସେଠାରେ ମଧ୍ୟ ଗାଡ଼ିଗୁଡ଼ିକ ଯାଞ୍ଚ ଆରମ୍ଭ କରି ଦେଇଥିଲେ । କିଛି ଟ୍ରକ ଡ୍ରାଇଭରଙ୍କ ସନ୍ଦେହ ହେବାରୁ ସେମାନେ ଠେଠେଇଟାଙ୍ଗର ଥାନାରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ଆଧାରରେ ଥାନା ଅଧିକାରୀ ଇନ୍ଦ୍ରେଶ କୁମାରଙ୍କ ନେତୃତ୍ବରେ ଏକ ଟିମ୍ ଆମ୍ବାପାଣି ନିକଟରେ ପହଞ୍ଚିଥିଲା । କିନ୍ତୁ ତିନି ଯୁବକ ସେଠାରେ ନଥିଲେ । ଏହାପରେ ସେମାନେ ରାଏବୋଗାର ଆଡକୁ ଯାଉଥିବା ପୋଲିସ ଖବର ପାଇଥିଲା । ଉକ୍ତ ତିନି ଜଣ ନକଲି ଆରଟିଓ ଅଫିସର ପରିଚୟ ଦେଇ ବଟି ଆଦାୟ କରୁଥିବା ବେଳେ ଘଟଣାସ୍ଥଳରୁ ତିନି ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ରେଲୱେ ଟିକେଟ କାଉଣ୍ଟର ଉପରେ RPF କ୍ରାଇମବ୍ରାଞ୍ଚର ଚଢ଼ାଉ , ରେଲୱେ ରିଜର୍ଭ ସୁପରଭାଇଜର ଗିରଫ

ଗିରଫ ଯୁବକମାନେ ହେଲେ ସୁନ୍ଦରଗଡ଼ର ପ୍ରକାଶ ଗୁପ୍ତା, ଅନୁଗୁଳର ଟୁଟୁ ଦେହୁରି ଓ ପ୍ରବୀଣ ପ୍ରଧାନ । ପୋଲିସ ସୋମାନଙ୍କ ଠାରୁ କିଛି ଗାଡ଼ିର କାଗଜ ପତ୍ର, ଟଙ୍କା ଓ ସେମାନେ ବ୍ୟବହାର କରିଥିବା କାରକୁ ଜବତ କରିଛି । ଏହି ଗ୍ୟାଙ୍ଗରେ ଅନ୍ୟ କେଉଁ ସାମିଲ ଅଛନ୍ତି ନାନାହିଁ ପୋଲିସ ତା’ର ତଦନ୍ତ ଚଳାଇଛି । ବର୍ତ୍ତମାନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟ କଳାପ ବୃଦ୍ଧି ପାଉଛି । ଯାହା ଉପରେ ନଜର ରଖିଥିବା କହିଛନ୍ତି ଝାଡ଼ଖଣ୍ଡ ପୋଲିସ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.