ETV Bharat / state

ନକଲି ଡାକ୍ତର ଗିରଫ, କ୍ଲିନିକ ସିଲ

author img

By

Published : May 19, 2021, 10:00 PM IST

ନକଲି ଡାକ୍ତର ଗିରଫ, ଫେକ କ୍ଲିନିକ ସିଲ
ନକଲି ଡାକ୍ତର ଗିରଫ, ଫେକ କ୍ଲିନିକ ସିଲ

କୋରୋନା କାଳରେ କ୍ବାକ ସାଜିଥିଲେ ଡାକ୍ତର । କରୁଥିଲା ରୋଗୀ ଚିକିତ୍ସା । ଅଭିଯୋଗ ପରେ ଉଠାଇନେଲା ପୋଲିସ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ବଡଗାଁ ପୋଲିସ ଓ ତହସିଲଦାର ମିଳିତ ଭାବେ ଏକ ନକଲି କ୍ଲିନିକ ଉପରେ ଚଢାଉ କରି କ୍ଲିନିକକୁ ସିଲ କରିବା ସହ କ୍ଲିନିକକୁ ଚଳାଉଥିବା ଜଣେ କ୍ୱାକ ନକଲି ଡାକ୍ତରକୁ ଗିରଫ କରିଛନ୍ତି । ବଡଗାଁର କରୁଣାମୟୀ ମେଡିକାଲ କ୍ଲିନିକ ନାମକ ଏକ ବେଆଇନ ମେଡିକାଲ ଷ୍ଟୋର ଉପରେ ଆଜି ଚଢାଉ ପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଦେଖିବାକୁ ମିଳିଛି ।

ଚଢାଉ ସମୟରେ କ୍ୱାକ ନାରଦ ବିଶ୍ୱାଳ କୌଶଳ କରି ପଳାଇବାକୁ ଚେଷ୍ଟା କରୁଥିଲା । ତେବେ ପୋଲିସ ବଳ ତାକୁ କାବୁ କରିବା ସହ ସମସ୍ତ ଘଟଣା ପଦାକୁ ଆସିଥିଲା । ସେହି ନକଲି ଡାକ୍ତରଙ୍କର ଡାକ୍ତର ହେବାର କୌଣସି ଯୋଗ୍ୟତା ପ୍ରମାଣ ପତ୍ର ନଥିଲା କିମ୍ବା ସେହି କ୍ଲିନିକ ଚଳାଇବାର କୌଣସି ଅନୁମତି ମଧ୍ୟ ନଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । କୋରୋନା ମାହାମରୀ ସମୟରେ ସଂପୃକ୍ତ ନକଲି ଡାକ୍ତର ଲୋକଙ୍କୁ ଭୁଆଁ ବୁଲାଇ ଶୋଷଣ କରି ଚାଲୁଥିବା ଅଭିଯୋଗ ଏସପିଙ୍କ ନଜରକୁ ଆସିଥିଲା ।

ଯୋଜନା ମୁତାବକ ଉକ୍ତ କ୍ଲିନିକ ଉପରେ ଚଢାଉ ହେବା ସହ ସେହି କ୍ଲିନିକକୁ ସିଲ କରାଯାଇଛି । ତେବେ ଗିରଫ ନକଲି ଡାକ୍ତରର ଘର ବଡଗାଁ ଥାନା ଅନ୍ତର୍ଗତ ପଞ୍ଚରା ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.