ETV Bharat / state

ରାଜଗାଙ୍ଗପୁର ପୋଲିସକୁ ସଫଳତା, ବଡ ଲୁଟେରା ଗ୍ୟାଙ୍ଗ କାବୁ

author img

By

Published : Feb 21, 2023, 4:26 PM IST

ରାଜଗାଙ୍ଗପୁର ପୋଲିସକୁ ସଫଳତା
lootera arrested by Rajgangpur Police

ରାଉରକେଲା ରାଜଗାଙ୍ଗପୁର ଡକାୟତି କରି ନିଜ ହଜାଇଥିବା ଏକ ବଡ ଲୁଟେରା ଗ୍ଯାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଅଧିକ ପଢନ୍ତୁ

ରାଜଗାଙ୍ଗପୁର ପୋଲିସକୁ ସଫଳତା

ରାଉରକେଲା: ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା ମିଳିଛି। ଏକ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ବିଭିନ୍ନ ସ୍ଥାନରୁ ଲୁଟପାଟ କରି ଲୋକଙ୍କ ଦିନ ହଜାଇ ଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଗ୍ୟାଙ୍ଗର 8 ଜଣଙ୍କୁ ପୋଲିସ ଗିରଫ କିରିଥିବା ବେଳେ ଜଣେ ଫେରାର ହୋଇଛି ।

ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଉତ୍ପାତ ମଚାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ। ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲିର ଏକ କାରଖାନା ଭିତରୁ କିଛିଦିନ ତଳେ ବଡ଼ ଧରଣର ଚୋରି ହୋଇଥିଲା । ଏଥିରେ ସାମିଲ ଥିବା ଡକାୟତି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଜଗାଙ୍ଗପୁର ପୋଲିସ। କିଛିଦିନ ତଳେ ଜାମପାଲି କ୍ରିଷ୍ଣା ପାୱାରରେ ଡକାୟତି ସହ ବିଦ୍ୟୁତ ସାମଗ୍ରୀ ଲୁଟ ଘଟଣାରେ ୯ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଲକ୍ଷାଧିକ ଟଙ୍କାର ଲୁଟ ସାମଗ୍ରୀ ଜବତ ହୋଇଛି। ଜାମପାଲି ବାଇପାସ ସ୍ଥିତ କ୍ରିଷ୍ଣା ପାୱାର ନାମକ ଏକ ସଂସ୍ଥା ଟାଟା ପାୱାର ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରୁଥିଲା । ଏହି କାର୍ଯ୍ୟ ପାଇଁ ଆସିଥିବା ସମସ୍ତ ସାମଗ୍ରୀ କ୍ରିଷ୍ଣା ପାୱାର ନିଜର ଏକ ଅସ୍ଥାୟୀ ଷ୍ଟକ ୟାର୍ଡରେ ଜମା କରି ରଖିଥିଲା । ଏହାର ଖବର ପାଇ ଲୁଟେରାମାନେ ଲୁଟ କରିବାକୁ ଯୋଜନା କରିଥିଲେ। ଫେବ୍ରୁଆରୀ ୧୮ ତାରିଖରେ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟ କରିଥିଲେ ଲୁଟେରା ଗ୍ୟାଙ୍ଗ । ଫ୍ୟାକ୍ଟ୍ରି ଭିତରେ ପଶି ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ କର୍ମଚାରୀଙ୍କୁ ଜୀବନରୁ ମାରିଦେବେ ବୋଲି ଭୟଭୀତ କରିଥିଲେ। ଷ୍ଟକ ୟାର୍ଡରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟି ନେଇଥିଲେ ।

ଗାଡି ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଦୁର୍ବୁର୍ତ୍ତ। ରାଜଗାଙ୍ଗପୁର ପୋଲିସ ଗ୍ୟାଙ୍ଗର ୮ ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇଛି । ଏହା ସହ ଚୋରା ମାଲ କିଣିବା ଅପରାଧରେ ରାଉରକେଲା ସହରର ବେଦବ୍ୟାସ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଫେରାର ଥିବା ଅଭିଯୁକ୍ତକୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଷ୍ଟକ ୟାର୍ଡରୁ ଚୋରି ହୋଇଥିବା 1030 କିଲୋ ଇଲେକ୍ଟ୍ରିକଲ ତାର ଏବଂ ଚୋରିରେ ବ୍ୟବହୃତ ପିକଅପ ଗାଡି ଜବତ ହୋଇଛି। ଏହା ଛଡା ବିଭିନ୍ନ ମାରଣାସ୍ତ୍ର ସମେତ 4ଟି ମୋବାଇଲ ଫୋନକୁ ଜବତ କରିଛି ରାଜଗାଙ୍ଗପୁର ପୋଲିସ । ଘଟଣା ନେଇ ରାଜଗାଙ୍ଗପୁର ଏସଡ଼ିପିଓ ଅଭିଷେକ ପାଣିଗ୍ରାହୀ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.