ETV Bharat / state

ସୁନ୍ଦରଗଡ଼ରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜିଲ୍ଲାପାଳ

author img

By

Published : May 26, 2021, 5:25 PM IST

ବାତ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ଆଜି ବନ୍ଦ ରଖାଯାଇଛି । ଏହାସହ ଟେଷ୍ଟିଂ ଓ ମନିଟରିଂ ଆଦି କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି । ସମ୍ଭାବ୍ୟ ବାତ୍ୟା ବିପଦ ଟଳିବା ପରେ ଯଦି ସମ୍ଭବ ଆସନ୍ତାକାଲିଠାରୁ ଏହି ସବୁ କାର୍ଯ୍ୟକ୍ରମ ଜାରି ରହିବ । ତେବେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

district-administration-has-taken-precautionary-measures-against-the-cyclone
ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି : ଜିଲ୍ଲାପାଳ

ସୁନ୍ଦରଗଡ଼: ବାତ୍ୟା ‘ୟସ୍’ ଆଜି ଓଡ଼ିଶାରେ ସ୍ଥଳଭାଗ ଛୁଇଁଛି । ଫଳରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଛି । ସୁନ୍ଦରଗଡ଼ ଜିଲ୍ଲାର କେତେକ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ବିଶେଷକରି ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡ଼ା, କୋଇଡ଼ା ଏବଂ ଗୁରୁଣ୍ଡିଆ ଆଦି ବ୍ଲକ ଅଞ୍ଚଳରେ ବର୍ଷା, ପବନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କଥା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି : ଜିଲ୍ଲାପାଳ
ଏହି ସବୁ ବ୍ଲକର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଘର, କମ୍ୟୁନିଟି ହଲ ଆଦି ସ୍ଥାନରେ କୋଭିଡ୍ ନିୟମ ପାଳନ ସହ ଲୋକଙ୍କୁ ରଖାଯାଇଛି । ଏଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟରେ ସଂପୃକ୍ତ ବ୍ଲକର ବିଡିଓ, ତହସିଲଦାର, ରାଜସ୍ୱ ଅଧିକାରୀ, ପିଓ ଏବଂ ଜେଇ ଆଦି ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ରାଉରକେଲାରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସୁରକ୍ଷିତ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଦିଆଯାଉଛି । ଆବଶ୍ୟକ ସ୍ଥାନରେ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।ବାତ୍ୟାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଚାଲିଥିବା କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ଆଜି ବନ୍ଦ ରଖାଯାଇଛି । ଏହାସହ ଟେଷ୍ଟିଂ ଓ ମନିଟରିଂ ଆଦି କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି । ସମ୍ଭାବ୍ୟ ବାତ୍ୟା ବିପଦ ଟଳିବା ପରେ ଯଦି ସମ୍ଭବ ଆସନ୍ତାକାଲିଠାରୁ ଏହିସବୁ କାର୍ଯ୍ୟକ୍ରମ ଜାରି ରହିବ । ତେବେ ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.