ETV Bharat / state

କୀଟନାଶକ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

author img

By

Published : May 16, 2021, 7:44 AM IST

କୀଟନାଶକ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
କୀଟନାଶକ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ସୁନ୍ଦରଗଡ ଢବାଖୋଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । କୀଟନାଶକ ପିଇ କରିଛନ୍ତି ଆତ୍ମହତ୍ୟା । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ ଢବାଖୋଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୀଟନାଶକ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ ଢବାଖୋଲରେ ଏପରି ଅଭାବନୀୟ ଘଟଣା ଘଟିଛି । ଗତ ତିନିଦିନ ତଳେ ପ୍ରେମିକ ଅଶୋକ ଲାକ୍ରା(28) କେଉଁଆଡେ ନିଖୋଜ ହୋଇଯାଇଥିଲେ । ଗତକାଲି(ଶନିବାର) ଅପରାହ୍ନରେ ଏକ କୋଠରୀରୁ ଅଶୋକଙ୍କ ସହ ତାଙ୍କ ପ୍ରେମିକା ସୁମିତ୍ରା କୁଜୁର(25)ଙ୍କ ମୃତଦେହ ମିଳିଥିଲା । କୀଟନାଶକ ପିଇ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁସାରେ ଅଶୋକ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଥିଲେ ମଧ୍ୟ ସୁମିତ୍ରାଙ୍କୁ ପ୍ରେମ କରୁଥିଲେ । ଏନେଇ ଗତ କିଛିଦିନ ତଳେ ତାଙ୍କ ସମାଜରେ ଏକ ବୈଠକ ମଧ୍ୟ ହୋଇଥିଲା । ତେବେ ବୈଠକରେ ଅଶୋକକୁ ସ୍ତ୍ରୀ ଓ ପ୍ରେମିକାକୁ ଘରେ ରଖିବା ପାଇଁ ସମାଜ ନିର୍ଦ୍ଦେଶ ଦେଇଥିଲା । ତେବେ କେଉଁ କାରଣରୁ ଉଭୟ ଆତ୍ମହତ୍ୟା କଲେ ତାହା ଏବେ ତଦନ୍ତ ପରିସରଭୁକ୍ତ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.