ETV Bharat / state

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ

author img

By ETV Bharat Odisha Team

Published : Jan 1, 2024, 9:41 PM IST

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ
ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ

Diarrhoea in Rourkela: ରାଉରକେଲା ସହରରେ ବ୍ୟାପିଥିବା ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏହାରି ଭିତରେ ସ୍ଥିତି ପରଖିବାକୁ ଆଜି ରାଉରକେଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍‌ । ଅଧିକ ପଢ଼ନ୍ତୁ...

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ କେନ୍ଦ୍ରୀୟ ଟିମ

ରାଉରକେଲା: କିଛିଦିନ ତଳେ ରାଉରକେଲା ସହରରେ ଭୟର ବାତାବରଣ ଖେଳାଇଥିଲା ଡାଇରିଆ । ବହୁ ସଂଖ୍ୟକ ଲୋକେ ଏଥିରେ ଅକ୍ରାନ୍ତ ହୋଇଥିଲେ ଏବଂ ବହୁ ଅମୂଲ୍ୟ ଜୀବନ ମଧ୍ୟ ଏହି ରୋଗରେ ଚାଲି ଯାଇଛି । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ ମଧ୍ୟ କିଛି କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ମଧ୍ୟ ଆଡ୍‌ମିଟ ହେଉଛନ୍ତି । ତେବେ ରାଉରକେଲାରେ ଡାଇରିଆ ଏବଂ ହଇଜା ଆତଙ୍କ ସମୀକ୍ଷା ପାଇଁ ରାଉରକେଲା ଗସ୍ତରେ ଆସିଛି କେନ୍ଦ୍ରୀୟ ଟିମ । କେନ୍ଦ୍ରୀୟ ଟିମ ଆସି ରାଉରକେଲା ଆଜି ପହଞ୍ଚିଛି । ରାଉରକେଲା ଗସ୍ତରେ ଆସି ଆଜି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଟିମ ।

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରୀୟ ମଲ୍ଟି ଡିସିପ୍ଲିନାରୀ ଟିମ ଆସି ଆଜି ରାଉରକେଲାରେ ପହଞ୍ଚିଛନ୍ତି । ପାଞ୍ଚ ଜଣିଆ ଟିମ ରାଉରକେଲା ଆସିବାକୁ ଥିବାବେଳେ ଆଜି ଏହି ଟିମରୁ କେବଳ ଦୁଇ ଜଣ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଅନ୍ୟ ତିନି ଜଣ ଆସନ୍ତା କାଲି ଆସି ପହଞ୍ଚିବେ । ତେବେ ଆଜି ଏହି ଟିମ୍‌ର ଦୁଇ ଜଣ ଅଧିକାରୀ ସହରରେ ପହଞ୍ଚିବା ପରେ ରାଉରକେଲା ସରକାରୀ ହସ୍ପିଟାଲକୁ ପହଞ୍ଚିଥିଲେ ଏବଂ ଏଠାରେ ପ୍ରାୟ ସାଢ଼େ 4ଟା ବେଳରୁ ଏକ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ଏହି ବୈଠକ ହୋଇଥିଲା । ବିଭିନ୍ନ ଦିଗକୁ ଆଖି ଆଗରେ ରଖି ଏହି ଟିମ୍‌ ହସ୍ପିଟାଲର ଉପରିସ୍ଥ ଅଧିକାରୀଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ । ଆଲୋଚନାରେ ରୋଗର ଉତ୍ସ, ବ୍ୟାପକତା ଏବଂ ଭୟବହତା ଉପରେ ଆଲୋଚନା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

ଆସନ୍ତାକାଲି ଏହି ଟିମ ଯାଇ ବିଭିନ୍ନ ସ୍ଥାନରେ ଯେଉଁଠାରେ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି, ସେଠାରେ ସ୍ଥିତିକୁ ଅନୁଧ୍ୟାନ କରିବେ । ଆଜି ରାଉରକେଲା ଗସ୍ତରେ ଆସିଥିବା ଦୁଇ ଜଣ ହେଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ରିଜିଓନାଲ ଡାଇରେକ୍ଟର ଡାକ୍ତର ଏନ୍‌ଏମ୍‌ ସମାଲକର ଏବଂ ଏମ୍ସର ଅନ୍ତରୀଣ ମେଡିସିନ ପ୍ରଫେସର ରଶ୍ମୀ ରଞ୍ଜନ ମହାନ୍ତି । ବୈଠକ ପରେ ଏମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରେ ରୋଗୀଙ୍କ ଅବସ୍ଥା ଏବଂ କେଉଁ ସ୍ଥାନରେ ଖାଦ୍ୟ ଖାଇଥିଲେ ବା କେଉଁଠାରୁ ପାଣି ପିଉଥିଲେ, କିଭଳି ଏବଂ କେବେଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଇଛନ୍ତି ଓ ମେଡିସିନ କିଭଳି ଖାଉଛନ୍ତି ସେନେଇ ପଚାରି ବୁଝିଥିଲେ । ଏହାସହ ରୋଗୀଙ୍କ ସାମ୍ପୁଲର ରିପୋର୍ଟ ଏବଂ ପୂର୍ବ ରୋଗୀଙ୍କ ରିପୋର୍ଟକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.