ETV Bharat / state

ଅମଲାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବିଜେପି ସାଂସଦ ଜୁଏଲ ଓରାମ

author img

By

Published : Jun 8, 2023, 7:44 AM IST

ସାତ ଦିନ ହେଲା ଧାରଣାରେ ଅମଲା ସଙ୍ଘ କର୍ମଚାରୀ । ଧାରଣାସ୍ଥଳକୁ ଯାଇ ଅମଲା କର୍ମଚାରୀମାନଙ୍କୁ ସମର୍ଥନ ଜଣାଇଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ଦାବି ପୂରଣ କରିବାକୁ ଦାବି ଜଣାଇଲେ ସାଂସଦ । ଅଧିକ ପଢ଼ନ୍ତୁ

http://10.10.50.80:6060/reg-lowres/07-June-2023/slugod-rkl-04-jual-oram-avb-od10047_07062023175421_0706f_1686140661_571.mp4
ସାତ ଦିନ ହେଲା ଧାରଣାରେ ଅମଲା ସଙ୍ଘ କର୍ମଚାରୀ

ସାତ ଦିନ ହେଲା ଧାରଣାରେ ଅମଲା ସଙ୍ଘ କର୍ମଚାରୀ

ରାଉରକେଲା: ବଣାଇ ଠାରେ ବସି ରହିଛନ୍ତି ଅମଲା କର୍ମଚାରୀ ସଂଘ । ଆଜିକୁ ସାତ ଦିନ ବିତିଗଲା ଏଭଳି ଭାବରେ ତତଲା ଖରାରେ ବସି ରହୁଛନ୍ତି ସମସ୍ତ ଅମଲା କର୍ମଚାରୀ । ଏହାକୁ ନେଇ ଅମଲା ସଙ୍ଘ କର୍ମଚାରୀମାନଙ୍କ ପାଖକୁ ଯାଇ ପହଞ୍ଚିଛନ୍ତି ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ । ବଣାଇ ଅଞ୍ଚଳରେ ଧାରଣରତ ଥିବା ଅମଲା ସଙ୍ଘ କର୍ମଚାରୀଙ୍କୁ ଯାଇ ସମର୍ଥନ ଜଣାଇଛନ୍ତି ।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଛନ୍ତି,‘‘ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଅମଲା ସଙ୍ଘ ସାତ ଦିନ ହେବ ଅନବରତ ଧାରଣାରେ ବସିଛନ୍ତି । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ଏକ ନିନ୍ଦନୀୟ କଥା । ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିଛନ୍ତି ଅମଲା କର୍ମଚାରୀ ସଂଘ । ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସି ରହିଛନ୍ତି ସମ୍ପୂର୍ଣ୍ଣ ରାଜ୍ୟରେ ଏବଂ ବିଭିନ୍ନ ଜିଲ୍ଲାରେ ଅମଲା କର୍ମଚାରୀମାନେ । ରାଜ୍ୟ ସରକାର ଏକ ନମ୍ବର ସରକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଧାରଣାରେ ବସିଛନ୍ତି । ଏହା ସରକାରଙ୍କର କାର୍ଯ୍ୟ ଏବଂ ନୈତିକତା ଉପରେ ପ୍ରଶ୍ନ ଉଠାଉଛି ।

ତେବେ ୨୨ ମେରୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ବେଳେ ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । କିନ୍ତୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ମିଳିତ ଅମଲା ମଞ୍ଚର ଆହ୍ଵାନ କ୍ରମେ ସାର ରାଜ୍ୟରେ ଆଜିକୁ ସାତ ଦିନ ବିତିଗଲାଣି ଅମଲା ମଞ୍ଚ କର୍ମଚାରୀମାନେ ଧାରଣା ପ୍ରଦର୍ଶନ କରୁଛନ୍ତି । ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସିଛୁ । ସରକାରଙ୍କ ନିକଟରେ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆମେ ଧାରଣାରେ ବସିଛୁ । ସରକାର ଯେପର୍ଯ୍ୟନ୍ତ ଆମ ଦାବି ନପୂରଣ କରିଛନ୍ତି ସେ ପର୍ଯ୍ୟନ୍ତ କଲମ ଛାଡ କରାଯାଇଛି । ୪୨୦୦ ଓ ଲେବୁଲ ୯ ଅନୁଯାୟୀ ଦରମା ବୃଦ୍ଧି କରାଯାଉ ।"

ଏନେଇ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ମିଳିତ ଅମଲା କର୍ମଚାରୀ ସଂଘ । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ସମୂହ ଛୁଟିରେ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅମଲାମାନଙ୍କ ସମସ୍ୟାର ସମାଧାନ ନକଲା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.