ETV Bharat / state

ହଇଜାକୁ ନେଇ ତେଜୁଛି ରାଜନୀତି , ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି

author img

By ETV Bharat Odisha Team

Published : Dec 24, 2023, 8:31 PM IST

ହଇଜାକୁ ନେଇ ତେଜୁଛି ରାଜନୀତି , ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି
ହଇଜାକୁ ନେଇ ତେଜୁଛି ରାଜନୀତି , ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି

compensation Demand for Diarrhoea: ରାଉରକେଲାରେ ହଇଜାକୁ ନେଇ ସରାକରଙ୍କୁ ଘେରିଛନ୍ତି ବିରୋଧୀ । ମୃତକଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପି । ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ହଇଜା ବ୍ୟାପିଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ହଇଜାକୁ ନେଇ ତେଜୁଛି ରାଜନୀତି , ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି

ରାଉରକେଲା: ସହରରେ ବ୍ୟାପିଥିବା ହଇଜାକୁ ନେଇ ତେଜୁଛି ରାଜନୀତି । ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କେବଳ ରାଉକେଲା ସହରରେ ହଇଜା ବ୍ୟାପିଥିବା ଅଭିଯୋଗ କରିଛି ଦଳ ।ସରକାରଙ୍କ ଅପାରଗତା କାରଣରୁ ଏହା ଉଗ୍ରରୂପ ନେଇଛି ।ଏହାକୁ ସରକାରୀ ହତ୍ୟା ଦର୍ଶାଇଛି ଦଳ । ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ଦଳ ।ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି ।

ସେ କହିଛନ୍ତି ,"ରାଉରକେଲାରେ ଗତ ୮ ତାରିଖଠାରୁ ହଇଜା ଏବଂ ଡାଇରିଆ ବ୍ୟାପିଛି । ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ହେଲେ ଏହା ପରେ ମଧ୍ୟ ଶାସକ ଦଳର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି । ଏହି ଡାଇରିଆ ଏବଂ ହଇଜା ସମୟରେ ସାଂସଦ ଜୁଏଲ ଓରାମ ଆର୍‌ଜିଏଚ୍ ପରିଦର୍ଶନ କରି ରୋଗୀମାନଙ୍କ ସହ ସାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ସରକାରୀ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସହରରେ ପାଣି ସହିତ ଡ୍ରେନ୍ ପାଣି ମିଶା ପାନୀୟ ଜଳ ଯୋଗାଇ ଦିଆଯାଉଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଫଳରେ ରାଉରକେଲା ବାସୀଙ୍କ ମୂଲ୍ୟବାନ ଜୀବନହାନୀ ହୋଇଛି ।"

ତେବେ ବିଜେପି ଅଭିଯୋଗ କରିଛି ଯେ,"ଲଘୁଚାପ ସମୟରେ ଲୋକଙ୍କୁ ଗୋଳିଆ ପାଣି ବିନା ଟ୍ରିଟ୍‌ମେଣ୍ଟରେ ଯୋଗାଇ ଦିଆଯାଇଥିଲା । ସ୍ମାର୍ଟସିଟି ନାଁରେ ରାଉରକେଲା ମହାନଗର ନିଗମ ବସ୍ତି ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଆସୁଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଖୋଲା ଡ୍ରେନ୍‌ରେ ଖୋଲା ପାଣି ପାଇପ୍ ବିଛାଯାଇ ଜଳ ଯୋଗାଣ କରାଯାଉଛି । ' ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' ନାଁରେ ରାଉରକେଲା ପୌର ନିଗମ ଅଞ୍ଚଳରେ ଆରଏସ୍‌ସି ଇନ୍‌ଫ୍ରାଟେକ୍ ଡେଭଲପରସ ନାମକ ଏକ ବାହାର କମ୍ପାନୀକୁ ୮୫.୯୧ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଯାହା ଅତ୍ୟନ୍ତ ନିମ୍ନମାନର ଓ ଏହା କେବଳ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗା ଲଗାଯାଇ ପ୍ରଚାର କରାଯାଇଛି ।"

ସେହିଭଳି ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥାକୁ ଏକ ଘରୋଇ ସଂସ୍ଥା ୱାଟକୋ ହାତରେ ଟେକି ଦିଆଯାଇଛି । ଏହା କାହା ସାର୍ଥରେ ବୋଲି ବିଜେପି ପ୍ରଶ୍ନ କରିଛି ବିଜେପି । ଜଳ ଯୋଗାଣ ପାଇପ୍ ଫାଟିବା, ଡ୍ରେନ୍ ଏବଂ ସ୍ୱରେଜ୍ ପାଇପ୍ ଲାଇନ ତଳେ ପାଣି ପାଇପ୍ ବିଛାଇବା ଏବଂ ପାନୀୟ ଜଳ ବିନା ପରୀକ୍ଷା ଓ ବିଶୋଧନରେ କିଭଳି ଲୋକଙ୍କୁ ଯୋଗାଇ ଦିଆଗଲା ଯାହାଦ୍ୱାରା ବର୍ତ୍ତମାନ ଏକ ଭୟଙ୍କର ସ୍ଥିତି ଉପୁଜିଛି । ବସ୍ତି ଅଞ୍ଚଳରେ ୧୫୦୦ରୁ ଊର୍ଦ୍ଧ୍ୱ ଥିବା ହ୍ୟାଣ୍ଡ ପମ୍ପ ବର୍ତ୍ତମାନ ସମ୍ପୂର୍ଣ ଅଚଳ ହୋଇ ପଡ଼ି ରହିଛି । ତେଣୁ ୱାଟକ ଏବଂ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଘଟିଥିବାରୁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବାକଥା ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.