ETV Bharat / state

ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ, 14ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେପି

author img

By ETV Bharat Odisha Team

Published : Nov 5, 2023, 4:39 PM IST

ଆସନ୍ତା ନଭେମ୍ବର ୧୪ରୁ ନଭେମ୍ବର ୧୮ ରାଜ୍ୟର ପ୍ରତି ବ୍ଲକ ଏବଂ ପୌରାଞ୍ଚଳ ଘେରିବ ବିଜେପି । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ବର୍ଷିକ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ

ରାଉରକେଲାରେ ବିଜେପିର ପ୍ରେସମିଟ , ଆସନ୍ତା ନଭେମ୍ବର ୧୪ରୁ ଆନ୍ଦୋଳନକୁ ଓହ୍ଲାଇବ ଦଳ
ରାଉରକେଲାରେ ବିଜେପିର ପ୍ରେସମିଟ , ଆସନ୍ତା ନଭେମ୍ବର ୧୪ରୁ ଆନ୍ଦୋଳନକୁ ଓହ୍ଲାଇବ ଦଳ

ରାଉରକେଲାରେ ବିଜେପିର ପ୍ରେସମିଟ , ଆସନ୍ତା ନଭେମ୍ବର ୧୪ରୁ ଆନ୍ଦୋଳନକୁ ଓହ୍ଲାଇବ ଦଳ

ରାଉରକେଲା: ରାଜ୍ୟରେ ଗର୍ଜିବ ବିଜେପି । ଆସନ୍ତା ନଭେମ୍ବର ୧୪ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ରାଜ୍ୟର ପ୍ରତି ବ୍ଲକ ଏବଂ ପୌରାଞ୍ଚଳ ଘେରିବ ଦଳ । ଏନେଇ ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ଲୋକଙ୍କୁ ସଚେତନା କରିବ ଦଳ । ଏହା ସହ କେନ୍ଦ୍ର ସରକାରଙ୍କ ପ୍ରତିଟି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବ । ଏଥର 2024 ନିର୍ବାଚନରେ ବିଜେଡିକୁ ଗାଦିଚ୍ୟୁତ କରାଇବା ସହ ବିଜେପି ରାଜ୍ୟରେ ନିଶ୍ଚିତ ସରକାର ଗଠନ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟରେ ବାର୍ଷିକ 1 ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ଦଳ ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାଉରକେଲା ଦଳର ସ୍ଥିିତି ସମୀକ୍ଷା କରିଛନ୍ତି ବିଜେପି ନେତୃ ମଣ୍ଡଳୀ । ଏହା ସହ ରାଜ୍ୟ ବିଜେପି ସଭାପତି ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଟିମ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି । ଏହା ସହ ଗତକାଲି କେନ୍ଦ୍ର ସରକାରଙ୍କ ଘୋଷଣା କରିଥିବା ୫ ବର୍ଷ ପାଇଁ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯିବ । ଏହାକୁ ସ୍ୱାଗତ କରିଛି ବିଜେପି ।

ବିଜେପି ରାଜ୍ୟ ସଭାପତି କହିଛନ୍ତି, 'କେନ୍ଦ୍ର ସରକାରଙ୍କ ରାଜ୍ୟକୁ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି । ଏହାକୁ ରାଜ୍ୟ ସରକାର ସଠିକ ବିନିଯୋଗ କରି ପାରୁନାହାନ୍ତି । ଏହି ବିଜେଡି ସରକାର ହେଉଛି ସମ୍ପୂର୍ଣ୍ଣ ଫେଲ ସରକାର ସମସ୍ତ କ୍ଷେତ୍ରରେ ଏହି ବିଜେଡି ସରକାର ଫେଲ ମାରିଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଏବଂ ରୋଜଗାର ଦେବାରେ ଫେଲ ମାରିଛି ସରକାର । କାରଣ ଏହି ସରକାର ଥିବାଯାଏଁ ବେରୋଜଗାରୀ ବହୁ ମାତ୍ରାରେ ବଢ଼ିବାରେ ଲାଗିଛି । ବେରୋଜଗାରୀ ବଢିବା ଯୋଗୁଁ ଦାଦନ ଶ୍ରମିକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟରେ ସମସ୍ତ ଭିତ୍ତିଭୂମି ବିକାଶ ପାଇଁ ସ୍ଥାନଥିଲେ ମଧ୍ୟ ଶିଳ୍ପ କ୍ଷେତ୍ରରେ ବା ରୋଜଗାର କ୍ଷେତ୍ରରେ କୌଣସି କ୍ଷେତ୍ରରେ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଫଳରେ ଲୋକେ ଦାଦନ ଶ୍ରମିକ ହେବା ଛଡା ଆଉ କିଛି ବାଟ ପାଉ ନାହାଁନ୍ତି ।"

ଏହା ମଧ୍ୟ ପଢନ୍ତୁ...ଧାନ କିଣାରେ ମହାଦୁର୍ନୀତି, ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କର ଚାଲିଛି ସାଣ୍ଟ ଘାଣ୍ଟ: ନରସିଂହ ମିଶ୍ର

ମନମୋହନ 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମଧ୍ୟ ଟାର୍ଗେଟ କରି କହିଛନ୍ତି,"ଏହି ସରକାର ଏତେ ଅପାରଗ ହେବା କାରଣ ହେଉଛି ଜଣେ ଅଣ ଓଡିଆ IAS ଅଫିସର ଅଧିନରେ ସମ୍ପୂର୍ଣ୍ଣ ସରକାର ଚାଲିଥିଲା । ବର୍ତ୍ତମାନ ସେହି ଅଫିସର ଜଣକ ସମ୍ପୂର୍ଣ୍ଣ ସରକାରକୁ କବଜା କରିବା ପାଇଁ ପ୍ଲାନିଂ କରୁଛନ୍ତି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଆଜି ଓଡ଼ିଆଙ୍କ ସ୍ୱାଭିମାନ ହ୍ରାସ ପାଉଛି । କିଭଳି ଏକ ଅଦୃଶ୍ୟ ଶକ୍ତି ଦ୍ୱାରା ବିଜେଡି ସରକାର ଚାଲିଛି ଏବଂ କିଭଳି ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରି ଏହି ସରକାର ଜଣେ ପ୍ରଶାସନିକ ଅଧିକାରୀ ହାତକୁ ଟେକି ଦେବାକୁ ଚେଷ୍ଟା କରୁଛି । ଗତ ନିର୍ବାଚନରେ ଦେଇଥିବା ସମସ୍ତ ପ୍ରତିଶୃତି ଫେଲ ମାରିଛି । ତେବେ ଏହି ବିଜେଡି ସରକାର ସମ୍ପୂର୍ଣ୍ଣ ଫେଲ ସରକାର ଏଥର ବିଜେଡିକୁ ହରାଇ ବିଜେପି ରାଜ୍ୟରେ ସରକାର ଗଢ଼ିବ ଏବଂ ଲୋକଙ୍କ ଟିକିନିଖି ଦାବିକୁ ପୂରଣ କରିବ ।"

ବର୍ତ୍ତମାନ ସରକାର ଆମ ଓଡ଼ିଶା ନବୀନ ଓଡିଶା କରି ଏକ ବ୍ୟାପକ ଦୁର୍ନୀତି କରୁଛନ୍ତି । ଏହି ସରକାର ସମ୍ପୂର୍ଣ୍ଣ ତଳ ସ୍ତରର ରାଜନୀତି କରିବା ଆରମ୍ଭ କରିଛି । ନବୀନ ଓଡିଶା ନାମରେ ଲୋକଙ୍କ 3700 କୋଟି ଟଙ୍କା ଆତ୍ମସାତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି ଦଳ । ଏହା ସହ ତେବେ ଆସନ୍ତା ୧୪ ନଭେମ୍ବରରୁ ୧୮ ନଭେମ୍ବର ଯାଏ ବିଜେପି ବିଭିନ୍ନ ସଂଗଠନ ମାନେ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ଜନ ଆକ୍ରୋଶ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିରେ ବିଭିନ୍ନ ବ୍ଲକ ସହ ମୁନିସିପାଳିଟି ଅଫିସକୁ ଘେରାଉ କରାଯିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.