ETV Bharat / state

ପେଶା ଚାକିରି ନିଶା ପ୍ରକୃତି, ଫୁଲ ପ୍ରେମରେ ରାଉରକେଲା ସହରର ବିଜୟ ସ୍ୱାଇଁ

author img

By

Published : Feb 1, 2023, 5:25 PM IST

Updated : Feb 2, 2023, 3:37 PM IST

bijaya swain of rourkela
bijaya swain of rourkela

ପ୍ରକୃତି ପ୍ରେମରେ ରାଉରକେଲା ସହରର ବିଜୟ ସ୍ୱାଇଁ । ନିଜ ବାଡ଼ି ବଗିଚା ସହ ଛାତ ଉପରେ ଫୁଟାଇଛନ୍ତି ସୁନ୍ଦର ସୁନ୍ଦର ଫୁଲ ଓ ଫଳ । ଅଧିକ ପଢନ୍ତୁ

ଫୁଲ ପ୍ରେମରେ ବିଜୟ ସ୍ୱାଇଁ

ରାଉରକେଲା: ପେଶା ଚାକିରି ନିଶା ପ୍ରକୃତି । ନିଜ ବାଡ଼ି ବଗିଚା ସହ ଛାତ ଉପରେ ଫୁଟାଇଛନ୍ତି ସୁନ୍ଦର ସୁନ୍ଦର ଫୁଲ ଓ ଫଳ। ଏଭଳି ପ୍ରକୃତି ପ୍ରେମରେ ପଡି ସମ୍ପୂର୍ଣ୍ଣ ବାଡ଼ି ବଗିଚା ସହ ଘର ଛାତ ଉପରେ ମଧ୍ୟ ଭଳିକି ଭଳି ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଇ ସମ୍ପୂର୍ଣ୍ଣ ପାର୍କ ବା ଗାର୍ଡେନ ର ରୂପ ଦେଇ ଲୋକଙ୍କୁ ଆକୃଷ୍ଟ କରୁଛି ଏହି ଦୃଶ୍ୟ। ଏଭଳି ପ୍ରକୃତି ପ୍ରେମରେ ପଡିଛନ୍ତି ରାଉରକେଲା ସହରର ବିଜୟ ସ୍ୱାଇଁ। ବିଜୟ ପେଶା ରେ ଜଣେ ଚାକିରିଆ।

ତେବେ ରାଉରକେଲା ଇସ୍ପାତ କାରଖାନାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ବିଜୟ ସ୍ୱାଇଁ। ପେଶା ହେଉଛି ଚାକିରୀ କିନ୍ତୁ ନିଶା ସାଜୁଛି ତାଙ୍କର ପ୍ରକୃତି। ନିଜର ଫୁଲ ଏବଂ ପ୍ରକୃତି ପ୍ରତି ପ୍ରେମ ପାଇଁ ଆଜି ସେ ସୁନ୍ଦର ଫୁଲ ଫୁଟାଇ ରାଉରକେଲାରେ ହୋଇଥିବା ହକି ବିଶ୍ୱକପରେ ତାଙ୍କର ଫୁଲକୁ ସଜା ଯାଇଛି । ରାଉରକେଲା ବିର୍ଷା ମୁଣ୍ଡା ହକି ଷ୍ଟାଡିୟମର ସୁନ୍ଦରତା ବଢାଇବାରେ ମୁଖ୍ୟ ଆକର୍ଷଣ ପଲଟିଥିଲା ତାଙ୍କର ଏହି ଫୁଲ । ତେବେ ଫୁଲ ମଧ୍ୟରେ ମୁଖ୍ୟତଃ ସେବତି ଏବଂ ଗୋଲାପ ଫୁଟାଇଛନ୍ତି। ପ୍ରାୟ ୧୨୦ ପ୍ରକାର ର ସେବତୀ ଫୁଲ ବିଭିନ୍ନ ରଙ୍ଗର ନିଜ ବଗିଚା ରେ ଫୁଟାଇଛନ୍ତି ଏବଂ ଗୋଲାପ ପ୍ରାୟ ୫୦ରୁ ୬୦ ପ୍ରକାରର ଫୁଟାଇଛନ୍ତି । ଏଥିସହ କେବଳ ଫୁଲ ନୁହେଁ ଫଳ ମଧ୍ୟରେ ସେଓ, ପିଜୁଳି, ସପେଟା, ଜମରୋଲ ଆଦି ଫଳ ମଧ୍ୟ ନିଜ ବଗିଚାରେ ଫଳାଇଛନ୍ତି ବିଜୟ ସ୍ୱାଇଁ।

ସେ ନିଜର ବ୍ୟସ୍ତ ବହୁଳ ଭରା ଚାକିରି ଜୀବନରୁ ସମୟ କାଢି ପ୍ରକୃତି ପ୍ରେମରେ ପଡିଛନ୍ତି । ବିଭିନ୍ନ ଫଳ ଫୁଲ ଲଗାଇ ନିଜ ବଗିଚା କୁ ସୁନ୍ଦର ରୂପ ଦେଇ ପ୍ରକୃତି କୁ ବଞ୍ଚାଇବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ବିଜୟ ସ୍ୱାଇଁ। ତେବେ ପ୍ରଥମ କରି ୨୦୧୭ ମସିହାରୁ ଫୁଲ ଲଗାଇବା ଆରମ୍ଭ କରିଥିଲେ ବିଜୟ । ପ୍ରଥମ ଥର ପରିବାର ଲୋକେ ଫୁଲ ପ୍ରଦର୍ଶନୀ ମେଳା ଦେଖିବାକୁ ଯାଇ ପ୍ରଥମେ ଫୁଲ ଗଛ ଲଗାଇବା ପାଇଁ ବିଜୟ ସ୍ୱାଇଁକୁ କହିଥିଲେ ପରିବାର ଲୋକେ । ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଫୁଲ ପ୍ରତି ଭଲ ପାଇବା । ବର୍ତ୍ତମାନ ସୁଦ୍ଧା ବହୁ ପ୍ରକାରର ଫୁଲ ଫୁଟାଇବାରେ ସଫଳ ହୋଇଛନ୍ତି ବିଜୟ । ଫୁଲ ପ୍ରତି ଭଲ ପାଇବା ଯୋଗୁଁ ଆଜି ବହୁ ପ୍ରକାରର ଫୁଲ ସହ ବିଭିନ୍ନ ଫଳ ମଧ୍ୟ ଫଳାଇଛନ୍ତି ବିଜୟ ସ୍ୱାଇଁ ।

ଏନେଇ ଫୁଲ ପ୍ରେମୀ ବିଜୟ ସ୍ବାମୀ," ମୋର ୨୦୧୭ ମସିହା ଠାରୁ ଏହା ପ୍ରତି ଭଲପାଇବା ବଢିଛି । ତେବେ ରାଉରକେଲା ବିର୍ଷା ମୁଣ୍ଡା ହକି ଷ୍ଟାଡିୟମର ଦର୍ଶକ ମାନେ ମୋର ଫୁଲ ଦେଖାଇ ପାରିଛି ସେଥିପାଇଁ ଗର୍ବ ଅନୁଭବ କରୁଛି । ମୋ ପାଖରେ ୫୦ ରୁ ୬୦ ପ୍ରକାର ଗୋଲାପ ଅଛି । କିନ୍ତୁ ସେବତୀ ୧୨୦ ପ୍ରକାରର ଫୁଲ କରିଛି ।ଏଥିସହ କେବଳ ଫୁଲ ନୁହେଁ ଫଳ ମଧ୍ୟରେ ସେଓ, ପିଜୁଳି, ସପେଟା, ଜମରୋଲ ଆଦି ଫଳ ମଧ୍ୟ ନିଜ ବଗିଚାରେ ଫଳାଇଛି । ଏଥିସହ ଏହି ବର୍ଷ ଅଧିକ ସେଓ ଫଳିବା ନେଇ ମଧ୍ୟ ଆଶା ରଖିଛି ।"

ଇଟିଭି ଭାରତ, ରାଉରକେଲା

Last Updated :Feb 2, 2023, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.