ETV Bharat / state

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଫେରାର

author img

By

Published : Aug 29, 2021, 9:28 AM IST

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଅଭିଯୁକ୍ତ ଫେରାର, ଥାନାରେ ଅଭିଯୋଗ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଅଭିଯୁକ୍ତ ଫେରାର, ଥାନାରେ ଅଭିଯୋଗ

ସୁନ୍ଦରଗଡ: ଜିଲ୍ଲାରେ ପୁଣି ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଯୁବକ । ଏଭଳି ଘଟଣା ଘଟିଛି ହେମଗିର ଥାନା ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଏହାର ସୁଯୋଗ ନେଇ ଜିତେନ ଲୁହାର ନାମକ ଜଣେ ୨୪ ବର୍ଷିୟ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକାର ପାଟି ଶୁଣି ଘଟଣାସ୍ଥଳରେ ପଡୋଶୀ ପହଞ୍ଚିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏନେଇ ନାବାଳିକାର ବାପା-ମା ହେମଗିର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତ ସନ୍ଧ୍ୟା ସମୟରେ ଅଭିଯୁକ୍ତ ଏହି କାଣ୍ଡ ଘଟାଇବାକୁ ଚେଷ୍ଟା କରି ଧରାପଡିବା ପରେ ଫେରାର ହୋଇଯାଇଛି । ଏନେଇ ପୋଲିସ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.