ETV Bharat / state

ଦୁଇଟି ଗାଡିର ଗୋଟିଏ ନମ୍ବର ପ୍ଲେଟ: ଗାଡି ରାଉରକେଲାର, ଫାଇନ କଟିଛି ସମ୍ବଲପୁରରେ

author img

By

Published : Jun 18, 2023, 9:06 PM IST

ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ
ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ

ଗାଡି ଗୋଟିଏ ଜାଗାରେ ଫାଇନ କଟିଛି ଆଉ ଗୋଟିଏ ଜାଗାରେ। ରାଉରକେଲା ଗାଡି ଫାଇନ କଟିଛି ସମ୍ବଲପୁରରେ । ଦୁଇଟି ଗାଡିର ସମାନ ନମ୍ବର ପ୍ଲେଟ ଫାଇନ କଥା ଶୁଣି ଆଶ୍ଚର୍ଯ୍ୟ ଗାଡି ମାଲିକ। ଅଧିକ ପଡ଼ନ୍ତୁ

ଗାଡି ଗୋଟିଏ ସ୍ଥାନରେ ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ

ରାଉରକେଲା: ଷ୍ଟିଲ୍‌ ସିଟିରେ ଘଟିଛି ଏକ ଅଜବ ମାମଲା । ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଦୁଇଟି ଗାଡିର ରହିଛି ସମାନ ନମ୍ବର ପ୍ଲେଟ୍‌ । ଘଟଣା ପରେ ପରିବହନ ବିଭାଗର କାର୍ଯ୍ୟ ଉପରେ ଉଠୁଛି ବିଭିନ୍ନ ପ୍ରଶ୍ନ । ଗାଡ଼ି ଗୋଟିଏ ସ୍ଥାନରେ, ଫାଇନ କଟିଛି ଆଉ ଗୋଟିଏ ସ୍ଥାନରୁ । ଗାଡିର ମାଲିକ ଫଇନ ମେସେଜ ଦେଖି ଆଚମ୍ବିତ ହୋଇଛନ୍ତି । ତେବେ ଯେଉଁ ଗାଡି ଅନ୍ୟ ଏକ ଜିଲ୍ଲାରେ ରହିଛି ସେହି ଗାଡି ନମ୍ବରରେ ଅନ୍ୟ ଜିଲ୍ଲାରେ କିଭଳି କଟୁଛି ଫାଇନ ଏନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ରାଉରକେଲା RTOରେ ରେଜିଷ୍ଟ୍ରେସନ ହୋଇଥିବା ଏକ ଚାରି ଚକିଆ ଗାଡିର ନମ୍ବରରେ ଆସିଛି ଫାଇନର ମେସେଜ । ଗାଡିର ଅସଲି ମାଲିକ ହେଉଛନ୍ତି ରାଉରକେଲା ଟେନସା ଅଞ୍ଚଳର ନିବାସୀ ଗୋବିନ୍ଦ ଚନ୍ଦ୍ର ସିଂ । ତେବେ ଗାଡିଟି ରାଉରକେଲା RTOରେ ରେଜିଷ୍ଟ୍ରେସନ ହେବା ପରେ ବର୍ତ୍ତମାନ ସମୟରେ ଦୁଇ ତିନି ମାସ ଧରି ବାରିପଦାରେ ତାଙ୍କ ଗ୍ରାମରେ ରହିଛି । ଗାଡିଟି ବାରିପଦାରେ ଥିବା ସମୟରେ ସମ୍ବଲପୁର- ଝାରସୁଗୁଡା ରୋଡ଼ରେ ଗାଡିଟି ଓଭର ସ୍ପିଡିଂ କରିଥିବା ଅଭିଯୋଗରେ କଟାଯାଇଛି ଦୁଇ ହଜାର ଟଙ୍କାର ଫାଇନ । ଏବଂ ଆହୁରି ଆଶ୍ଚର୍ଯ୍ୟ କରିବା ଘଟଣା ହେଉଛି ଦୁଇଟି ଗାଡି ଗୋଟିଏ କମ୍ପାନୀର । ହେଲେ ଅସଲି ଗାଡିର ରଙ୍ଗ ଧଳା କିନ୍ତୁ ଯେଉଁ ଗାଡିର ଚାଲାଣ ଆସିଛି ସେଥିରେ ଗାଡିର ରଙ୍ଗ ବ୍ଲୁ' ରହିଛି । ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଗାଡି ମାଲିକଙ୍କ କହିବା ଅନୁଯାୟୀ, "ମୁଁ ସମ୍ବଲପୁର ଯାଇ ନାହିଁ । ମୋ ଗାଡି ଦୀର୍ଘ ସମୟ ଧରି ବାରିପଦାରେ ରହିଛି । ଏହାସହ ଫଇନ ପାଇଁ ଆସିଥିବା ଗାଡିର ରଙ୍ଗ ଏବଂ ତାଙ୍କ ଗାଡିର ରଙ୍ଗ ସମ୍ପୂର୍ଣ୍ଣ ଅଲଗା । ରାଉରକେଲାରେ ପଞ୍ଜିକୃତ ହୋଇଥିବା ଏବଂ ବାରିପଦାରେ ଥିବା ସେମାନଙ୍କ ଗାଡ଼ିଟି ନିୟମ ଉଲ୍ଲଂଘନ କରିବା ସମୟରେ ଉକ୍ତ ସ୍ଥାନରେ ନଥିଲା । ଦୁଇଟି ଗାଡିକୁ ସମାନ ନମ୍ବର ପ୍ଲେଟ ମିଳିଥିବା କାରଣରୁ ଏପରି ହୋଇଥାଏ ପାରେ । ତୁରନ୍ତ ଏହାକୁ ସମାଧାନ କରାଯାଉ । ତଦନ୍ତ କରାଯାଇ ପ୍ରକୃତ ଦୋଷୀଠାରୁ ଫାଇନ ଆଦାୟ କରାଯାଉ । ଏହାସହ ସମାନ ନମ୍ବର ପ୍ଲେଟ କେସକୁ ଗୁରୁତର ସହ ନେଇ ତଦନ୍ତ କରାଯାଉ । RTO କର୍ତ୍ତୃପକ୍ଷ ପ୍ରଶାସନ ତଦାରଖରେ ଅବହେଳା ଯୋଗୁଁ ଏହି ଘଟଣା ଘଟିଛି ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.