ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିଲା ଦୁର୍ବୃତ୍ତ, ଶିକାର ବନିଗଲେ ଯୁବକ

author img

By

Published : Aug 24, 2021, 2:47 PM IST

ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିଲା ଦୁର୍ବୃତ୍ତ, ଶିକାର ବନିଗଲେ ଯୁବକ
ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିଲା ଦୁର୍ବୃତ୍ତ, ଶିକାର ବନିଗଲେ ଯୁବକ ()

ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ 25 ବର୍ଷିୟ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରଜୋର ଗାଁରେ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ 25 ବର୍ଷିୟ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରଜୋର ଗାଁରେ । ସୂଚନାମୁତାବକ, ଲଳିନ୍ଦ୍ର କାଲୋ ନାମକ ଜଣେ ଯୁବକ, ସୁବାଷ ପ୍ରଧାନ ନାମକ ଜଣେ ଦୁର୍ବୃତ୍ତଙ୍କ ଦ୍ବାରା ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ମୃତ ଯୁବକଙ୍କ ସାଙ୍ଗ ତଥା ପ୍ରତ୍ୟକ୍ଷଦର୍ଶୀ ଦେବାଶିଷ କାଲୋ ଅଭିଯୋଗ କରିଛନ୍ତି ।

ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିଲା ଦୁର୍ବୃତ୍ତ, ଶିକାର ବନିଗଲେ ଯୁବକ

ଦେବାଶିଷ କାଲୋ ଓ ମୃତ ଯୁବକ ଲଳିନ୍ଦ୍ର କାଲୋ ଦୁଇ ସାଙ୍ଗ ହୋଇଥିବା ବେଳେ ସେମାନେ ଆଜି କୌଣସି କାର୍ଯ୍ୟରେ ଦେଓ ଭବନପୁର ଯାଇ ନିଜ ଗ୍ରାମ ଟାଙ୍ଗରଜୋର ଫେରୁଥିଲେ । ହେଲେ ଶୌଚ ପାଇଁ ଗାଁ ମୁଣ୍ଡ ପୋଖରୀ ନିକଟରେ ଅଟକିଥିଲେ । ତେବେ ହଠାତ୍ ବିସ୍ପୋରକ ଶବ୍ଦ ହେବା ଓ ଲଳିନ୍ଦ୍ରର ଦେହରୁ ନିଆଁ ବାହୁରୁଥିବା ଦେଖି ଦେବାଶିଷ ଲଳିନ୍ଦ୍ର ନିକଟରେ ପହଞ୍ଚିଥିଲା । ଏହି ସମୟରେ ବାରହା ଲାଗିଛି ଭାବି ଦୁର୍ବୃତ୍ତ ସୁବାଷ ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଲଳିନ୍ଦ୍ରର ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁ ହେବା ଘଟଣା ଓ ଘଟଣା ସ୍ଥଳରେ ଲଳିନ୍ଦ୍ରର ସାଙ୍ଗ ଦେବାଶିଷର ଉପସ୍ଥିତି, ଦୁର୍ବୃତ୍ତକୁ ଅଡୁଆରେ ପକାଇଥିଲା । ଦୁର୍ବୃତ୍ତ ସୁବାଷ ପ୍ରଧାନ, ଦେବାଶିଷକୁ ଧମକଚମକ ଦେଇ କଥା ଚାପିବାକୁ ବାଧ୍ୟ କରିବା ସହ ଦୁର୍ଘଟଣା ସ୍ଥଳରୁ ଲଳିନ୍ଦ୍ରର ଶବକୁ ଉଠାଇ ଦେଓ ଭବନପୁର ରାସ୍ତା କଡର ଏକ ବରଗଛ ମୂଳରେ ଫିଙ୍ଗି ଏହାକୁ ସଡକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା । ଏପରିକି ଦେବାଶିଷର ବାଇକ ଫିଙ୍ଗି ଘଟଣାର ମୋଡ ବଦଳାଇବାକୁ ଧମକ ଦେଇଥିବା କଥା ଜଣା ପଡିଛି ।

ଗ୍ରାମବାସୀ ଏହି ବିଷୟରେ କଞ୍ଜିରକେଲା ଥାନାକୁ ଖବର ଦେବା ପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦେବାଶିଷକୁ ପଚରାଉଚରା କରିବା ସହ ମୃତଦେହକୁ ଜବତ କରି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଅପରପକ୍ଷେ ଦୁର୍ବୃତ୍ତ ସୁବାଷ ପ୍ରାଧାନ ଫେରାର ହୋଇଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.