ETV Bharat / state

ବଜ୍ରାଘାତରେ ଜଣେ ନାବାଳିକା ମୃତ, 3 ଆହତ

author img

By

Published : Aug 16, 2020, 10:19 AM IST

lightning death
lightning death

ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ । ଏହାସହ 3 ଜଣ ଆହତ ହୋଇଛନ୍ତି ।

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅନ୍ତର୍ଗତ ଟେନ୍ସା ଅଞ୍ଚଳରେ ଅଘଟଣ । 4 ଜଣ ନାବାଳିକା ପାଖ ନାଳ ପାଖକୁ ଯାଇଥିବା ବେଳେ ବଜ୍ରଘାତରେ 4 ଜଣ ସେଠାରେ ବେହୋସ୍ ହୋଇ ପଡ଼ିଥିଲେ । ପରେ ସ୍ଥାନୀୟ ଲୋକ ଦେଖି ସେହି 4ଜଣଙ୍କୁ ଉଦ୍ଧର କରି ଟେନ୍ସା ଡାକ୍ତରଖାନାକୁ ଆଣିଥିଲେ।

ତେବେ ସେଠାରେ ଡାକ୍ତର ମିକି କମଲ ନାମକ13 ବର୍ଷ ଝିଅକୁ ମୃତ ଘୋଷାଣ କରୁଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇ ଚିକିତ୍ସାଧିନ ଥିବା ଜଣା ପଡିଛି । ବର୍ତ୍ତମାନ 3 ଜଣଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ।

ରାଉରକେଲା ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.