ETV Bharat / state

State Kabaddi Championship: ସୁନ୍ଦରଗଡ଼ରେ ୬୯ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ ଉଦ୍‌ଘାଟିତ

author img

By

Published : Nov 27, 2021, 2:36 PM IST

State Kabaddi Championship: ସୁନ୍ଦରଗଡ଼ରେ ୬୯ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ ଉଦ୍‌ଘାଟିତ
State Kabaddi Championship: ସୁନ୍ଦରଗଡ଼ରେ ୬୯ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ ଉଦ୍‌ଘାଟିତ

ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆରେ ୬୯ତମ ରାଜ୍ୟସ୍ତରୀୟ ସିନିୟର ପୁରୁଷ ଓ ମହିଳା କବାଡ଼ି ଚାମ୍ପିୟନସିପ୍(69th State Kabaddi Championship) ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୨୮ଟି ପୁରୁଷ ଦଳ ଓ ୨୬ଟି ମହିଳା ଦଳ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ସୁନ୍ଦରଗଡ଼: ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆରେ ୬୯ତମ ରାଜ୍ୟସ୍ତରୀୟ ସିନିୟର ପୁରୁଷ ଓ ମହିଳା କବାଡ଼ି ଚାମ୍ପିୟନସିପ୍ ଉଦ୍‌ଘାଟିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ୩ ଦିନିଆ କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ପ୍ରଥମଥର ପାଇଁ ମ୍ୟାଚରେ ଖେଳାଯାଉଥିବା ଏହି ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର ଖେଳାଳି ଭାଗ ନେଇଛନ୍ତି। ଏଥିରେ ୨୮ଟି ପୁରୁଷ ଦଳ ଓ ୨୬ଟି ମହିଳା ଦଳ ସାମିଲ ହୋଇଛନ୍ତି ।

State Kabaddi Championship: ସୁନ୍ଦରଗଡ଼ରେ ୬୯ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ ଉଦ୍‌ଘାଟିତ

ଖେଳ ପରିଚାଳନା ପାଇଁ ୭୨ ଜଣ ରେଫ୍‌ରିଙ୍କୁ ନିୟୋଜିତ କରାଯାଇଥିଲା । ତେବେ ‘ସମସ୍ତଙ୍କ ଚେଷ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ଏଭଳି ଏକ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ(state level tournament) ଆୟୋଜନ କରିପାରିଛି । ସେମାନେ ଭଲ ପ୍ରଦର୍ଶନ କରନ୍ତୁ । ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସୁନ୍ଦରଗଡ଼ ମାଟିରେ ଏଭଳି ଏକ କ୍ରୀଡ଼ା ଆସରରେ ସମସ୍ତ ଖେଳାଳିମାନଙ୍କୁ ପ୍ରଚୁର ଉତ୍ସାହ ମିଳିବ’ ବୋଲି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି । ଏହାପରେ ଜିଲ୍ଲାପାଳ ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଖେଳାଳିମାନଙ୍କୁ ଶପଥପାଠ କରାଇଥିଲେ।

ଉଦ୍‌ଘାଟନୀ ମ୍ୟାଚ ପୂର୍ବରୁ ଜିଲ୍ଲାପାଳ ସମସ୍ତ ଖେଳାଳିଙ୍କୁ ସ୍ବାଗତ କରିବା ସହ ଭଲ ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏପଟେ ଉଦ୍‌ଘାଟନୀ ମଞ୍ଚରେ ସୁନ୍ଦରଗଡ଼ସ୍ଥିତ ଭବାନୀ ଶଙ୍କର ହାଇସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉଦ୍‌ଘାଟନୀ ଦିବସରେ ପ୍ରଥମେ ମହିଳା ବର୍ଗରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଏବଂ ପୁରୁଷ ବର୍ଗରେ ସୁନ୍ଦରଗଡ଼ ଓ ନୟାଗଡ଼ ଦଳ ମଧ୍ୟରେ ମ୍ୟାଚ୍ ଆୟୋଜିତ ହୋଇଥିଲା ।

ନଭେମ୍ବର ୨୬ରୁ ୨୮ ତାରିଖ ମଧ୍ୟରେ ମୋଟ ୮୫ଟି ମ୍ୟାଚ୍ ଖେଳାଯିବ। ଏଠାରୁ ମନୋନୀତ ଶ୍ରେଷ୍ଠ ଦଳ ଜାନୁୟାରୀରେ ମହାରାଷ୍ଟ୍ରରେ ହେବାକୁ ଥିବା ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ତେବେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ପ୍ରଭାତ ଭୋଳ, ଓଡ଼ିଶା କବାଡ଼ି ଆସୋସିଏସନ ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.