ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କରୁ ୩ ଲକ୍ଷ ଲୁଟ୍‌, ତଦନ୍ତ କରୁଛି ପୋଲିସ

author img

By

Published : Jul 28, 2021, 7:17 AM IST

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟି ନେଲେ ୩ ଲକ୍ଷ , ତଦନ୍ତ କରୁଛି ପୋଲିସ
ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟି ନେଲେ ୩ ଲକ୍ଷ , ତଦନ୍ତ କରୁଛି ପୋଲିସ

ସନ୍ଦରଗଡରେ ସ୍ପଷ୍ଟ ଦିବାଲୋକରେ ଡକାୟତି । ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ । ଅଧିକ ପଢନ୍ତୁ...

ସନ୍ଦରଗଡ:ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟ । ସୁନ୍ଦରଗଡ ସହରରରେ ଘଟିଛି ଏହି ଘଟଣା । ମଙ୍ଗଳବାର ଅପରାହ୍ନ ପ୍ରାୟ 3 ଟା ସମୟରେ ୪ ଜଣ ଦୁର୍ବୃତ୍ତ ପିସ୍ତଲ ଦେଖାଇ ବ୍ୟାଙ୍କର 2 ଲକ୍ଷ 80 ହଜାର ଟଙ୍କା ସହ ବ୍ୟାଙ୍କ କ୍ୟାସିୟରଙ୍କ ସୁନାଚେନ ଓ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୋବାଇଲ ଫୋନ ଲୁଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟି ନେଲେ ୩ ଲକ୍ଷ , ତଦନ୍ତ କରୁଛି ପୋଲିସ

ଏନେଇ ପୋଲିସକୁ ସୂଚନା ମିଳିବା ପରେ ସୁନ୍ଦରଗଡ ଏସପି ଓ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତଙ୍କ ଏପରିକାଣ୍ଡ ଜିଲ୍ଲା ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଦୁର୍ବୃତ୍ତଙ୍କୁ ଧରିବା ନେଇ ବ୍ୟାଙ୍କ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଛି ।

ତେବେ ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କ ପରିସରକୁ ପିସ୍ତଲ ସହ ଆସିଥିବାବେଳେ ବାହାରେ କିଏ ଥିଲା କି ନାହିଁ ସେ ନେଇ ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଖରେ କିଛି ସୂଚନା ନାହିଁ । ତେବେ ଦୁର୍ବୃତ୍ତଙ୍କୁ ଧରିବା ନେଇ ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାକୁ ପୋଲିସ ସିଲ କରି ଅନୁସନ୍ଧାନ ଜାରି ରଖିଥିବା କଥା ଜଣା ପଡିଛି ।

ସନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.