ETV Bharat / state

ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

author img

By

Published : Sep 11, 2019, 1:48 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ଗାଁ ପୋଖରୀରୁ 28 ବର୍ଷିୟ ଯୁବକ ମାନସ ବାଘର ମୃତଦେହ ଉଦ୍ଧାର ହୋଇଛି । ମାନସର ସନ୍ଦେହ ଜନକ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ଗାଁ ପୋଖରୀରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗାଁର 28 ବର୍ଷିୟ ଯୁବକ ମାନସ ବାଘ ମଙ୍ଗଳବାର ଠାରୁ ନିଖୋଜ ଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ପାଇ ନଥିଲେ । ତେବେ ବୁଧବାର ସକାଳେ ତାର ମୃତଦେହ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହା ଦେଖି ଗାଁ ଲୋକେ ମୃତ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ହୁଡାରେ ପଡିଥିବା ଚପଲ ଓ ସାର୍ଟରୁ ପୋଖରୀ ଭିତରେ ଭାସୁଥିବା ଶବ ମାନସ ବାଘ ବୋଲି ନିଶ୍ଚିତ ହୋଇଥିଲେ । ପରେ ବୀରମହାରାଜପୁର ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ ।

ବୀରମହାରାଜପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ପୋଖରୀରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାନସର ସନ୍ଦେହ ଜନକ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଖଣ୍ଡହତା ଗାଁ ପୋଖରୀରୁ ଏକ ଶବ ଉଦ୍ଧାର କରାଯାଇଛି ।ଗାଁର 28 ବର୍ଷିୟ ଯୁବକ ମାନସ ବାଘ ଗତକାଲିଠାରୁ ନିଖୋଜ ଥିଲା ।ପରିବାର ଲୋକେ ବହୁ ଖୋଜା ଖୋଜି ପରେ ପାଇ ନ ଥିଲେ ।ଆଜି ସକାଳୁ ତାର ମୃତ ଦେହ ଗାଁ ପୋଖରୀରେ ଭାସୁଥିବା ଲୋକେ ଖବର ଦେଇଥିଲେ ।ପରିବାର ଲୋକେ ପହଂଚି ପୋଖରୀ ହୁଡାରେ ପଡିଥିବା ଚପଲ ଓ ସାର୍ଟରୁ ପୋଖରୀ ଭିତରେ ଭାସୁଥିବା ଶବ ମାନସ ବାଘ ବୋଲି ନିଶ୍ଚିତ ହୋଇଥିଲେ ।Body:ପରେ ବୀରମହାରାଜପୁର ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ ।ବୀରମହାରାଜପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ପୋଖରୀରେ ଭାସୁଥିବା ଶବକୁ ଉଦ୍ଧାର କରିଥିଲେ ।ପୋଲିସ ଘଟଣାସ୍ଥଳକୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।କେଉଁ କାରଣରୁ ମାନସର ସଂଦେହ ଜନକ ମୃତ୍ୟୁ ହୋଇଛି ତାହା ପୋଲିସ ତଦନ୍ତ କରୁଛି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.