ETV Bharat / state

ପ୍ରତିଶୃତି ଭୁଲିଗଲା ସୂତା ମିଲ୍, ଥାନାରେ ଏତଲା ଦେବ ଶ୍ରମିକ ସଂଘ

author img

By

Published : Aug 15, 2021, 4:57 PM IST

ପୂର୍ବ ପ୍ରତିଶ୍ରୁତି ପାଳନ କରୁନି ସୂତାମିଲ, ଥାନାରେ ଏତଲା ଦେବ ଶ୍ରମିକ ସଂଘ
ପୂର୍ବ ପ୍ରତିଶ୍ରୁତି ପାଳନ କରୁନି ସୂତାମିଲ, ଥାନାରେ ଏତଲା ଦେବ ଶ୍ରମିକ ସଂଘ

ସୁବର୍ଣ୍ଣପୁର ବାଲାଜୀ ସୂତାକଳରେ ଶ୍ରମିକ ଅଶାନ୍ତି । ପୂର୍ବରୁ ହୋଇଥିବା ଚୁକ୍ତି ଓ ପ୍ରତିଶୃତି ପାଳନ କରୁନାହାନ୍ତି ମିଲ କର୍ତ୍ତୃପକ୍ଷ । ଥାନାର ଦ୍ବାରସ୍ଥ ହେବା ନେଇ ଶ୍ରମିକ ସଂଘର ଚେତାବନୀ । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁର: ବାଲାଜୀ ଗଣପତି ସୂତାକଳର ଶ୍ରମିକ ଓ କର୍ମଚାରୀମାନଙ୍କୁ ମିଲ କର୍ତ୍ତୃପକ୍ଷ ଠକୁଥିବା ଅଭିଯୋଗ ହୋଇଛି । ଗତ ପ୍ରାୟ ୮ ମାସ ହେଲା ଜିଲ୍ଲାର ଏକମାତ୍ର ଶିଳ୍ପ ସୂତାକଳ ବନ୍ଦ ହୋଇ ପଡିଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶ୍ରମିକ ସଂଘ ଓ ସୂତାକଳ କର୍ତ୍ତୃପକ୍ଷଙ୍କ ଭିତରେ ବୁଝାମଣା ହୋଇଥିଲା । ବୁଝାମଣା ଆଧାରରେ ମିଲ ପୁଣି କାର୍ଯ୍ୟକ୍ଷମ ହେବା ନେଇ ସହମତି ପ୍ରକାଶ କରିଥିଲେ ମିଲ କର୍ତ୍ତୃପକ୍ଷ । କିନ୍ତୁ ପୂର୍ବ ଚୁକ୍ତିକୁ ପାଳନ କରିବାରେ ମିଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛି ଶ୍ରମିକ ସଂଘ ।

ପୂର୍ବ ପ୍ରତିଶ୍ରୁତି ପାଳନ କରୁନି ସୂତାମିଲ, ଥାନାରେ ଏତଲା ଦେବ ଶ୍ରମିକ ସଂଘ

ଶ୍ରମିକମାନଙ୍କ ଦାବି ଅନୁଯାୟୀ, ସେମାନଙ୍କ ବକେୟା ଦରମା ସହିତ 11 ମାସର EPF ଟଙ୍କା ମିଲ କର୍ତ୍ତୃପକ୍ଷ ଜମା କରିବା । ସେହିପରି ନିୟମିତ କାମ ଦେବା ସହିତ ସୂତାକଳର ପୁରୁଣା ମେସିନ ବଦଳେଇ ନୂତନ ମେସିନ ଯୋଗାଇଦେବେ । କପା ମହଜୁଦ ରଖିବା ସହିତ ନିୟମିତ ବିଦ୍ୟୁତ ବ୍ୟବସ୍ଥା କରିବେ । ତେବେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ମିଲ କର୍ତ୍ତୃପକ୍ଷ ଓ ଶ୍ରମିକଙ୍କ ଭିତରେ ବୁଝାମଣା ହୋଇଥିଲା । ହେଲେ ମିଲ କର୍ତ୍ତୃପକ୍ଷ ତାଙ୍କ କଥାରୁ ଓହରି ଯାଇଥିବା ଶ୍ରମିକ ସଂଘ ଅଭିଯୋଗ କରିଛି ।

ଶ୍ରମିକ ସଂଘର ଉପଦେଷ୍ଟା ବଳଦେବ ବେଦବାଗଙ୍କ ନେତୃତ୍ବରେ ସଂଘର ବୈଠକରେ ମିଲ କର୍ତ୍ତୃପକ୍ଷଙ୍କ ନାଁରେ ସ୍ଥାନୀୟ ଥାନାରେ ଠକେଇ ନେଇ ଏତଲା ଦେବା ନେଇ ନିଷ୍ପତ୍ତି ହୋଇଛି । ୪ ଦିନ ଭିତରେ ଶ୍ରମିକଙ୍କ ଦାବି ପୂରଣ କରିବା ସହିତ ମିଲ କାର୍ଯ୍ୟକ୍ଷମ ନ କଲେ ଥାନାରେ ଏତାଲା ଦେବା ସହିତ ପୁଣିଥରେ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.