କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ୧ଲକ୍ଷ ଦୀପ ଦାନ

author img

By

Published : Nov 7, 2022, 2:13 PM IST

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ୧ଲକ୍ଷ ଦୀପ ଦାନ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁରର ରାମଜୀ ମନ୍ଦିରରେ ଲକ୍ଷେ ଦୀପ ଯଜ୍ଞ କରାଯାଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ସହରର ମଝିପଡା ରାମଜୀ ମନ୍ଦିରରେ ଦୀପ ଯଜ୍ଞର ଆୟୋଜନ କରାଯାଇଛି । ଶତାଧିକ ଗୃହିଣୀ ଓ ଅବିବାହିତ ମହିଳାମାନେ ଏହି ଯଜ୍ଞ କାର୍ଯ୍ୟରେ ସାମିଲ ହୋଇ ଲକ୍ଷେ ଦୀପ ପ୍ରଦାନ କରିଛନ୍ତି । ଅନେକ ଗୃହିଣୀ ପ୍ରଭୁଙ୍କ ନିକଟରେ ଦୀପ ଦାନ କରି ଜଗତର ମଙ୍ଗଳକାମନା କରିଛନ୍ତି । ସାମୂହିକ ଭାବେ ସହରର ମହିଳାମାନେ ଲକ୍ଷେ ଦୀପ ପ୍ରସ୍ତୁତ କରିଥିଲେ । ଆଜି ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ଏହି ଲକ୍ଷେ ଦୀପକୁ ମାଟି ଟଡିଆରେ ରଖି ରାମଜୀ ଭଗବାନଙ୍କ ପାଖରେ ପ୍ରଜ୍ବଳନ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାମଜୀ ମନ୍ଦିରରେ ୧ଲକ୍ଷ ଦୀପ ଦାନ

ଏହା ମଧ୍ୟ ପଢନ୍ତୁ: ଏଲନ୍ ମସ୍କଙ୍କ ନୂଆ ଘୋଷଣା: ପରିଚୟ ଗୋପନ ରଖିଥିବା ଆକାଉଣ୍ଟ ହେବ ଡିଲିଟ୍

ମହିଳାମାନେ ଦୀପ ପ୍ରଜ୍ଜଳନ କରିବା ପରେ ରାମଜୀଙ୍କୁ ସ୍ମରଣ କରି ମନ୍ଦିର ପ୍ରଦକ୍ଷିଣ କରିଥିଲେ । ମହିଳାମାନଙ୍କ ଏହି ଦୀପ ଯଜ୍ଞ ମନ୍ଦିରର ଶୋଭାବର୍ଦ୍ଧନ କରିଥିଲା । ମଝିପଡାର ମହିଳାମାନେ ଜଗତ କଲ୍ୟାଣ ଓ ସପରିବାର ଶାନ୍ତି ପାଇଁ ଏହି ଦୀପ ଦାନ କରିଛନ୍ତି । ଶତାଧିକ ମହିଳା ଗତକାଲି ଠାରୁ ଦୀପ ପ୍ରଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଆଜି ପ୍ରାତଃରୁ ମନ୍ଦିର କବାଟ ଖୋଲିବା ପରେ ରାମଜୀଙ୍କ ପୂଜା ଆରାଧନା କରିବା ପରେ ଦୀପ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା । ତେବେ ସହରରେ ବର୍ଷ ତମାମ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମାନସିକ ଶାନ୍ତି ତଥା ବିଶ୍ବର ମଙ୍ଗଳ କାମନା ପାଇଁ ଏହି ଦୀପ ଯଜ୍ଞର ଆୟୋଜନ କରାଯାଇଥିଲା ବୋଲି ବ୍ରତଧାରୀ ମହିଳାମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Himachal Assembly Poll: 37ବର୍ଷରେ ରିପିଟ୍‌ ହୋଇନି ସରକାର, ଏଥର ପରିବର୍ତ୍ତନ ନା ପରମ୍ପରା ?

ଏନେଇ ଜଣେ ମହିଳା କହିଛନ୍ତି, "ମଝିପଡା ରାମଜୀ ମନ୍ଦିରରେ ଆମେ ସର୍ବଦା ସାମୂହିକ ଭାବେ କାର୍ଯ୍ୟ କରୁଥାଉ । ଆମେ ଆଗରୁ ପ୍ରଭୁଙ୍କ ନିକଟେର ଲକ୍ଷେ ଦୀପ ପ୍ରଜ୍ବଳନ ପାଇଁ ସ୍ଥିର କରିଥିଲୁ । ସମସ୍ତଙ୍କ ମଙ୍ଗଳ କାମନା କରି ଆମେ ଏହି ଦୀପ ଦାନ କରିଛୁ । ମଝିପଡା ବାସିନ୍ଦା ସହ ବାହାରୁ ମଧ୍ୟ ଅଧିକ ଲୋକଙ୍କ ସମାଗାମ ହୋଇଥିଲା । ଆମକୁ ବହୁତ ଖୁସି ଲାଗୁଛି । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଜଗତର ମଙ୍ଗଳ କାମନା କରି ଦୀପ ଦାନ କରିଛୁ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.