ଏଲନ୍ ମସ୍କଙ୍କ ନୂଆ ଘୋଷଣା: ପରିଚୟ ଗୋପନ ରଖିଥିବା ଟ୍ବିଟର ଆକାଉଣ୍ଟ ହେବ ଡିଲିଟ୍
Published: Nov 7, 2022, 1:11 PM

ଏଲନ୍ ମସ୍କଙ୍କ ନୂଆ ଘୋଷଣା: ପରିଚୟ ଗୋପନ ରଖିଥିବା ଟ୍ବିଟର ଆକାଉଣ୍ଟ ହେବ ଡିଲିଟ୍
Published: Nov 7, 2022, 1:11 PM
ଟ୍ବିଟର ନୂଆ ମାଲିକ ଏଲନ୍ ମସ୍କଙ୍କ ନୂଆ ଘୋଷଣା । ସ୍ପଷ୍ଟ ଡାଟା ଦେଇନଥିବା ଆକାଉଣ୍ଟ ହେବ ସସ୍ପେଣ୍ଡ(Elon Musk announced that the account of such people will be suspended) । ଅଧିକ ପଢନ୍ତୁ
ନ୍ୟୁୟର୍କ: ଟ୍ବିଟର ନୂଆ ମାଲିକ ଏଲନ୍ ମସ୍କଙ୍କ ନୂଆ ଘୋଷଣା । ପରିଚୟ ନେଇ ସ୍ପଷ୍ଟ ତଥ୍ୟ ଦେଇନଥିବା ଆକାଉଣ୍ଟ ହେବ ସସ୍ପେଣ୍ଡ(Elon Musk announced that the account of such people will be suspended) । ସୋମବାର(ନଭେମ୍ବର 7) ମସ୍କ କହିଛନ୍ତି ଯେ, "ଯେଉଁ ଟ୍ବିଟର ଆକାଉଣ୍ଟଧାରୀ ସେମାନଙ୍କ ପରିଚୟ ଗୋପନୀୟ ରଖିଛନ୍ତି, ଅର୍ଥାତ୍ ସେମାନଙ୍କ ପ୍ରୋଫାଇଲରେ ସ୍ପଷ୍ଟ ପରିଚୟ ନାହିଁ ସେହି ଆକାଉଣ୍ଟଗୁଡିକୁ ହଟାଇ ଦିଆଯିବ ।"
ମସ୍କ ଟ୍ବିଟ କରି କହିଛନ୍ତି ଯେ, "ଯଦି ବାୟୋରେ ସଠିକ୍ ପରିଚୟ ଦିଆଯାଇନଥିବ କିମ୍ବା ଛଦ୍ମନାମ ଦିଆଯାଇଥିବ ତେବେ ସେହି ଆକାଉଣ୍ଟଗୁଡିକ ଡିଲିଟ୍ ହେବ । ଖୋଦ୍ କମ୍ପାନୀର ମାଲିକ ଏଲନ ମସ୍କଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନକଲି ଆକାଉଣ୍ଟ ଓପନ୍ ହେବା ପରେ ମସ୍କ ଆଜି ଏହି ନୂଆ ନିଷ୍ପତ୍ତି ଘୋଷଣା କରିଛନ୍ତି । ସେହିପରି ଆକାଉଣ୍ଟକୁ ବ୍ଲୁ ଟିକ୍ ପ୍ରାପ୍ତ ହେବା ପରେ ନାମ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ମସ୍କ କହିଛନ୍ତି । ଅର୍ଥାତ୍ ଥରେ ଆକାଉଣ୍ଟକୁ ବ୍ଲୁ ଟିକ୍ ପ୍ରାପ୍ତ ହେବା ପରେ ଏଥିରେ କୌଣସି ପ୍ରକାର ଏଡିଟ୍ ହୋଇପାରିବ ନାହିଁ ।"
କହି ରଖୁଛୁ ଗତ ସପ୍ତାହରେ ମସ୍କଙ୍କ ନାମରେ ଜଣେ ଭାରତ-ଅଷ୍ଟ୍ରେଲୀୟ ପ୍ରଫେସର ନକଲି ଆକାଉଣ୍ଟ ଓପନ୍ କରି ସେଥିରେ ଭୋଜପୁରୀ ଗୀତ ସମେତ ହିନ୍ଦି ଫିଲ୍ମ ଡାଏଲଗ୍ ଟ୍ବିଟ୍ କରିଥିଲେ । ମସ୍କଙ୍କ 8 ଡଲାର୍ ପରିବର୍ତ୍ତେ ବ୍ଲୁ ଟିକ୍ ନିୟମକୁ ଅଟ୍ଟହାସ୍ୟ କରିଥିଲା ପ୍ରଫେସର୍ଙ୍କ ଏହି ଛଦ୍ମ ପୋଷ୍ଟ । ପ୍ରଫେସର ଇଆନ୍ ୱୁଲଫୋର୍ଡ ବ୍ଲୁ ଟିକ୍ ଆକାଉଣ୍ଟରେ ମସ୍କଙ୍କ ବର୍ତ୍ତମାନର ମୂଳ ଆକାଉଣ୍ଟରେ ଥିବା ଫଟୋ ବ୍ୟବହାର କରି ଏକ ମଜାଳିଆ ଟ୍ବିଟ୍ ପୋଷ୍ଟ କରିଥିଲେ ।
ଯେଉଁଥିରେ, ଭୋଜପୁରୀ ଗୀତ 'କମରିଆ କରେ ଲପାଲାପ, ଲଲିପପ୍ ଲାଗେଲୁ...' ଲେଖାଯାଇ ଥିବାବେଳେ ଶାହାରୁଖ ଖାନଙ୍କ ଡାଏଲଗ ମଧ୍ୟ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ଲେଖା ହୋଇଥିଲା, "ବଡେ ବଡେ ଦେଶୋ ମେଁ ଏସି ଛୋଟି ଛୋଟି ବୋତେଁ ହୋତି ରେହତି ହେ ।'' ଏହାପରେ ଏଲମ ମସ୍କଙ୍କ ହିନ୍ଦୀ ଟ୍ବିଟ ଦେଖି ହଜାର ହଜାର ଟ୍ବିଟର ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ଯାଞ୍ଚ ପରେ ଏହା ଏଲନ ମସ୍କଙ୍କ ଅଫିସିଆଲ ଆକାଉଣ୍ଟ ନୁହେଁ ବୋଲି ଜଣାପଡ଼ିଥିଲା । ଏହି ଟ୍ବିଟର ଆକାଉଣ୍ଟ ୟୁଜରଙ୍କ ନାମ @iawoolford, ଯିଏକି ଭାରତ-ଅଷ୍ଟ୍ରେଲୀୟ ପ୍ରଫେସର ଇଆନ୍ ୱୁଲଫୋର୍ଡ । ତେବେ ଟ୍ବିଟର ପକ୍ଷରୁ ଏହି ଆକାଉଣ୍ଟକୁ ବ୍ୟାନ୍ କରାଯିବା ସହ ଏହିପରି କାର୍ଯ୍ୟକଳାପ କରାଯାଉଥିବା ଆକାଉଣ୍ଟକୁ ଟ୍ବିଟରରୁ ଡିଲିଟ୍ କରିବା ନେଇ ଅଭିଯାନ ଆରମ୍ଭ କରିଛନ୍ତି ମସ୍କ । ତେବେ ମସ୍କ ଲାଗୁ କରୁଥିବା ଏହିସବୁ ନୂଆ ନିୟମ କେତେଦୂର ସଫଳତାର ସହ କାର୍ଯ୍ୟକାରୀ ହୋଇାରୁଛି ତାହା ସମୟ କହିବ ।
