ETV Bharat / state

ବନ୍ୟା ପାଣି ଘେରରେ ସୁବର୍ଣ୍ଣପୁରର ଅନେକ ତଳିଆ ଅଞ୍ଚଳ

author img

By

Published : Aug 16, 2022, 9:35 AM IST

ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀର ବନ୍ୟାଜଳ ସୁବର୍ଣ୍ଣପୁରରେ ପ୍ରବେଶ କରିବା ଫଳରେ ଚିନ୍ତାରେ ସହରବାସୀ । ଅଧିକ ପଢନ୍ତୁ

ବନ୍ୟା ପାଣି ଘେରରେ ସୁବର୍ଣ୍ଣପୁରର ଅନେକ ତଳିଆ ଅଞ୍ଚଳ
ବନ୍ୟା ପାଣି ଘେରରେ ସୁବର୍ଣ୍ଣପୁରର ଅନେକ ତଳିଆ ଅଞ୍ଚଳ

ସୁବର୍ଣ୍ଣପୁର: ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଫଳରେ ମହାନଦୀର ବନ୍ୟାଜଳ ସୁବର୍ଣ୍ଣପୁରରେ ପ୍ରବେଶ କରିଛି । ବିଶେଷକରି ସହରର ତଳିଆ ଅଞ୍ଚଳ ବନ୍ୟାପାଣି ଘେରରେ ରହିଥିବା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସହରର ଟିକିରି ପଡା, ତେନ୍ତୁଳି ଘାଟ ପଡା, ତରିଆ ପଡା ଓ କୁମ୍ଭାର ପଡାର ଲୋକେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ, ଯାତାୟତ ପାଇଁ ଡଙ୍ଗାର ସାହାଯ୍ୟ ନେଉଛନ୍ତି । ଏହି ଅବସ୍ଥାରେ ଲୋକେ ପ୍ରଶାସନକୁ ଶୁଖିଲା ଖାଦ୍ୟ ଯୋଗାଇବା ନିମନ୍ତେ ଅନୁରୋଧ କରିଛନ୍ତି ।

ବନ୍ୟା ପାଣି ଘେରରେ ସୁବର୍ଣ୍ଣପୁରର ଅନେକ ତଳିଆ ଅଞ୍ଚଳ

ଅନବରତ ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ପାଣି ନିଷ୍କାସନ ହୋଇ ନପାରି କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ରାମେଶ୍ୱର ମନ୍ଦିରର ପିଣ୍ଡିକୁ ବନ୍ୟା ଜଳ ମାଡି ଆସିଛି। ତେବେ ଆଉ ଏକ ଫୁଟ ପାଣି ଫୁଲିଲେ ରାମେଶ୍ୱର ମନ୍ଦିର ଭିତରକୁ ପାଣି ପ୍ରବେଶ କରିବ ବୋଲି ଅନୁମାନ କରାଯାଉଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଛି ।

ସୋମବାର ବନ୍ୟା ପ୍ରଭାବିତ 125 ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଛୁଟିକୁ ବାତିଲ କରି ଦିଆଯାଇଥିବା ବେଳେ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ମଧ୍ୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିଛନ୍ତି । ତେବେ ବର୍ତ୍ତମାନ ବନ୍ୟା ପାଇଁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନହେବାକୁ ସଦର ତହସିଲଦାର କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.