ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 14, 2022, 8:34 PM IST

ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ । ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟର ଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର : ତେଜୁଛି ଜିଲ୍ଲା ଟ୍ରାକ୍ଟର ସଂଘର ଅସନ୍ତୋଷ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଂଘର କର୍ମକର୍ତ୍ତା । ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ଟ୍ରାକ୍ଟର ଚଳାଚଳକୁ ବନ୍ଦ କରିଛନ୍ତି ଗାଡି ମାଲିକ । ସେପଟେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ନମିଳିବାରୁ ବାଧ୍ୟ ହୋଇ ବାଇକ ରାଲି କରିଥିବା କହିଛନ୍ତି ଆନ୍ଦୋଳନକାରୀ ।

ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସହରରେ ଘରୋଇ ଓ ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ନିର୍ମାଣ କାମ ପାଇଁ ଟ୍ରାକ୍ଟର ମାଧ୍ୟମରେ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ପରିବହନ କରାଯାଉଛି । ହେଲେ ରାଜସ୍ବ ଅଧିକାରୀ ମାତ୍ରାଧିକ ଫାଇନ ଆଦାୟ କରିବା ସହ ଟ୍ରାକ୍ଟର ଗୁଡିକୁ ଜବତ କରୁଥିବା ଅଭିଯୋଗ ହୋଇଛି । ଏପରିକି ସରକାରୀ ବାଲି ଘାଟରୁ ବାଲି ଆଣିଲେ ମଧ୍ୟ ଘାଟ ଠିକାଦାର ରୟାଲଟି ବାବଦକୁ ଟଙ୍କା ଆଦାୟ କରୁଥିଲେ ମଧ୍ୟ ରସିଦ୍ ଦେଉନାହାନ୍ତି ।

ସେପଟେ ବେଆଇନ ଓ ଚୋରି ବାଲି ନାଁରେ ରାଜସ୍ବ ଅଧିକାରୀ ଟ୍ରାକ୍ଟର ଗୁଡିକୁ ଜବତ କରି ମନଇଛା ଫାଇନ ଆଦାୟ କରୁଛନ୍ତି । ଏନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଏପରିକି ଘାଟ ଠିକାଦାର ରସିଦ ଦେବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେବାକୁ ବାରମ୍ବାର ଅନୁରୋଧ କରାଯାଇଛି । ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ତେବେ ମାତ୍ରାଧିକ ଫାଇନ ନକାଟି ଏହାର ସମାଧାନ କରିବାକୁ ଟ୍ରାକ୍ଟର ମାଲିକ ସଂଘ ପୁଣିଥରେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

ଟ୍ରାକ୍ଟର ସଂଘ ପକ୍ଷରୁ ଗତ ଶୁକ୍ରବାର ରାଜସ୍ବ ଅଧିକାରୀଙ୍କ ବିରୋଧରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଟ୍ରାକ୍ଟର ସଂଘର ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ବ ଅଧିକାରୀ ମାନେ ଟ୍ରାକ୍ଟର ଗୁଡିକୁ ଜବତ କରୁଛନ୍ତି । ଏଥିସହ ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା ।

ସେପଟେ ଯେତେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରାନଯିବ ସେତେଦିନ ପର୍ଯ୍ୟନ୍ତ ଆନ୍ଦାେଳନ ଚାଲିବ ବୋଲି ଟ୍ରାକ୍ଟର ସଂଘ କହିଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.