ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

author img

By

Published : Sep 9, 2022, 10:17 PM IST

ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି ,ମେଟାଲ ,ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହେଉଛି। ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଟ୍ରାକ୍ଟର ସଂଘ ପକ୍ଷରୁ ନୀରବ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ଟ୍ରାକ୍ଟର ସଂଘର ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ସହରରେ ଚାଲୁଥିବା ଟ୍ରାକ୍ଟରଗୁଡିକ ବାଲି, ମେଟାଲ, ମୋରୁମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ବ ଅଧିକାରୀ ମାନେ ଟ୍ରାକ୍ଟର ଗୁଡିକୁ ଜବତ କରୁଛନ୍ତି । ଏଥି ସହ ମାତ୍ରାଧିକ ସରକାରୀ ଫାଇନ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ

ତେବେ ସରକାରୀ ବାଲି ଘାଟରୁ ବାଲି ଆଣିଲେ ବି ଘାଟ ଠିକାଦାର ରୟାଲଟି ଟଙ୍କା ଆଦାୟ କରୁଥିଲେ ହେଁ ଆବଶ୍ୟକ କାଗଜ ପତ୍ର ଦେଉ ନାହାଁନ୍ତି । ଅନ୍ୟପଟେ ରାଜସ୍ବ ଅଧିକାରୀମାନେ ଟ୍ରାକ୍ଟରଗୁଡିକୁ ଜବତ କରି ମନ ଇଚ୍ଛା ଫାଇନ ଆଦାୟ କରୁଛନ୍ତି । ତେବେ ପ୍ରଶାସନକୁ ବାରମ୍ବାର ବାଲି ଘାଟ ଠିକାଦାର ଆବଶ୍ୟକ ରୟାଲଟି ରସିଦ ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ ବି ନା ଠିକାଦାର ଶୁଣୁଛନ୍ତି ନା ପ୍ରଶାସନ ଶୁଣୁଥିବା ଅଭିଯୋଗ ହୋଇଛି । ତେବେ ସରକାରୀ କୋଠା ନିର୍ମାଣ ପାଇଁ ବାଲି ଆଣୁଥିଲେ ବି ସେହି ଗାଡି ପାଖରୁ ବି ଫାଇନ ଆଦାୟ କରାଯାଉଛି । ତେବେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଟ୍ରାକ୍ଟର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ସେହିପରି ସଂଘ ପକ୍ଷରୁ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ତେବେ ଏନେଇ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ 13 ଅଗଷ୍ଟରୁ ଟ୍ରାକ୍ଟର ସଂଘ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରିବା ସହିତ ଗାଡି ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଗାଡି ମାଲିକ ଶିବ ନାରାୟଣ ବହିଦାର କହିଛନ୍ତି," ଆମେ ରୟାଲିଟି ହେବା ପାଇଁ ପ୍ରସ୍ତୁତ କିନ୍ତୁ ପ୍ରଶାସନ ଆମକୁ ହଇରାଣ କରୁଛନ୍ତି। ଆମଠୁ ଟ୍ରାକ୍ଟର ପିଛା ପଚିଶ ରୁ 30ହଜାର ଟଙ୍କାର ଫାଇନ ନେଉଛନ୍ତି। ରୟାଲଟି ନେବାକୁ କହିଲେ ନେଉନାହାନ୍ତି। ଠିକାଦାର ଆବଶ୍ୟକ ରୟାଲଟି ରସିଦ ଦେବା ପାଇଁ ଲିଖିତ ଭାବେ ଜଣାଇଥିଲେ ବି ଠିକାଦାର ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ବିକ୍ଷୋଭ କରିଛୁ। ଆଜି ଆମେ କଲେକ୍ଟରଙ୍କୁ ହାବି ଦେଇଛୁ କି ମଙ୍ଗଳବାର ଦିନକୁ ଆନ୍ଦୋଳନ ପାଇଁ ବାହାରିବୁ।"

ଅନ୍ୟପଟେ ଟ୍ରାକ୍ଟର ସଂଘର ସଂପାଦକ କୋଶଳେଶ୍ବର ବହିଦାର କହିଛନ୍ତି,ବାରମ୍ବାର ଜିଲ୍ଲା ପ୍ରଶାସନକୁ ଦାବି କରିବା ସତ୍ତ୍ବେ ସେମାନେ ଆମ ଦାବି ପ୍ରତ୍ୟାଖନ କରୁଛନ୍ତି। ଟ୍ରାକ୍ଟରଗୁଡିକୁ ଜବତ କରି ମନ ଇଛା ଫାଇନ ଆଦାୟ କରୁଛନ୍ତି। ବିଗତ ଦୁଇମାସ ଚେଷ୍ଟା କରିବା ସତ୍ତ୍ବେ କୌଣସି ଲାଭ ମିଳିଲା ନାହିଁ ଏନେଇ ଆମେ ଆସନ୍ତା 13ତାରିଖରେ ଆନ୍ଦୋଳନ କରିବୁ। "

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.