ETV Bharat / state

PanchayatPoll: ପୋଲିସର ଚଢାଉ ଜାରି, ଗିରଫ ହେଉଛନ୍ତି ଅପରାଧୀ

author img

By

Published : Feb 23, 2022, 5:21 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ତତ୍ପର ହୋଇ ଉଠିଛି । ବିଭିନ୍ନ ଅପରାଧିକ ମାମଲାରେ ଫେରାର ଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ସୂଚନା ସଂଗ୍ରହ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅଧିକ ପଢନ୍ତୁ

ପୋଲିସର ଚଢାଉ ଜାରି, ଗିରଫ ହେଉଛନ୍ତି ଅପରାଧୀ
ପୋଲିସର ଚଢାଉ ଜାରି, ଗିରଫ ହେଉଛନ୍ତି ଅପରାଧୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ତତ୍ପର ହୋଇଉଠିଛି । ବିଭିନ୍ନ ଅପରାଧିକ ମାମଲାରେ ଫେରାର ଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ସୂଚନା ସଂଗ୍ରହ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ପୋଲିସର ଚଢାଉ ଜାରି, ଗିରଫ ହେଉଛନ୍ତି ଅପରାଧୀ

ତେବେ ସୋନପୁର ସଦର ଥାନାରେ ସର୍ବାଧିକ 38 ଜଣ, ଡୁଙ୍ଗୁରିପାଲି , ସୁବଳୟା, ରାମପୁର ଓ ବିନିକା ଥାନା ଅଧିନରେ 4 ଜଣ , ବୀରମହାରାଜପୁରରେ 9 ଜଣ ଓ ଉଲୁଣ୍ଡା ଥାନା ଅଧିନରେ 2 ଜଣଙ୍କ ନାଁରେ ଗିରଫ ବିହୀନ ପରୱାନା ଜାରି କରାଯାଇଛି । ତେବେ ଅପରାଧିକ ମାମଲାରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ଠିକଣା ଚିହ୍ନଟ କରି ବ୍ୟାପକ ଚଢାଉ କରାଯାଉଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଏସଡିପିଓଙ୍କ ନେତୃତ୍ବରେ ପୋଲିସର ସ୍ବତନ୍ତ୍ର ଦଳମାନେ ଏହି ଚଢାଉ କରୁଛନ୍ତି । ପୋଲିସର ଏହି ତତ୍ପରତା ଯୋଗୁଁ ଚଳିତ ନିର୍ବାଚନ ନିରପେକ୍ଷ ଭାବେ ଶେଷ ହେବ ବୋଲି ଆଶା କରାଯାଉଛି । ସ୍ବତନ୍ତ୍ର ପୋଲିସ ଦଳ ଅପରାଧିକ ମାମଲା ଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.