ETV Bharat / state

ଡିଭାଇଡର ଉପରେ ଚଢିଲା ବସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ କ୍ଲିନର

author img

By

Published : Mar 20, 2021, 10:59 AM IST

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଯାଇଥିଲା ବସ । ଅଳ୍ପକେ ବର୍ତ୍ତିଲେ ବସ ଡ୍ରାଇଭର ଓ କ୍ଲିନର । ଅଧିକ ପଢନ୍ତୁ...

ଡିଭାଇଡର ଉପରେ ଚଢିଲା ବସ
ଡିଭାଇଡର ଉପରେ ଚଢିଲା ବସ

ସୁବର୍ଣ୍ଣପୁର: ସହରର ବୁଢାରଜା ଛକରେ ଗତକାଲି ରାତିରେ ରାସ୍ତାର ଡିଭାଇଡର ଉପରକୁ ଚଢି ଗଲା ବସ । ଅଳ୍ପକେ ବର୍ତ୍ତିଲେ ବସର ଡ୍ରାଇଭର ଓ କ୍ଲିନର। ପତି ନାମକ ଏକ ବସ (OD23A5696) ସୁବର୍ଣ୍ଣପୁର ବସଷ୍ଟାଣ୍ଡରୁ ଯାତ୍ରୀମାନଙ୍କୁ ଛାଡି ସମ୍ବଲପୁର ରାସ୍ତାରେ ଯାଉଥିବା ବେଳେ ବୁଢାରଜା ଛକରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢିଯାଇଥିଲା ।

ଡିଭାଇଡର ଉପରେ ଚଢିଲା ବସ

ଡିଭାଇଡର ଉପରେ ଏପଟ ସେପଟ ହୋଇ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଚାଲିଯାଇଥିବା ବେଳେ ଡ୍ରାଇଭର ବସରୁ ଓହ୍ଲାଇ ପଡିଥିଲେ । ତେବେ ଘଟଣା ସମୟରେ ବସରେ କୌଣସି ଯାତ୍ରୀ ନଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.