ETV Bharat / state

ମହାଳୟାରୁ ଆରମ୍ଭ ହେବ ଐତିହାସିକ ବଳୀ ଯାତ୍ରା

author img

By ETV Bharat Odisha Team

Published : Oct 12, 2023, 9:27 PM IST

ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା ସୁବର୍ଣ୍ଣପୁର । ଏଠାରେ ହେଉଥିବା ଐତିହାସିକ ବଳୀଯାତ୍ରାରେ ବ୍ୟବହାର ହୁଏ ଅଲୌକିକ ଖଉଳ ଗାଡର ତନ୍ତ୍ର ମାଟି । ଯାହାକି ମଣିଷ ଦେହରେ ସୃଷ୍ଟି କରିଥାଏ ଦୈବୀଶକ୍ତି । ଅଧିକ ପଢନ୍ତୁ

ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା ସୁବର୍ଣ୍ଣପୁର
ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା ସୁବର୍ଣ୍ଣପୁର

ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ପାର୍ବଣ ଋତୁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସେହିପରି ଆରମ୍ଭ ହେବାକୁ ଯାଉଛି ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ବଳୀଯାତ୍ରା । ଦେବୀ ମା' ଦୁର୍ଗାଙ୍କ ଧରାବତରଣ ସାଙ୍ଗକୁ ପ୍ରତିଟି ଶକ୍ତି ପୀଠରେ ଭିନ୍ନ ଭିନ୍ନ ଭାବେ ପୂଜା ଆରାଧନା କରାଯାଏ । ସୋନପୁର ଗଡଜାତର ଐତିହାସିକ ବଳୀଯାତ୍ରା ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏଠାକାର ପୂଜା ପରମ୍ପରା ସବୁଠୁ ନିଆରା । ତାନ୍ତ୍ରିକ ପଦ୍ଧତିରେ ଦେବୀ ମା' ଦୁର୍ଗାଙ୍କୁ ଆରାଧନା କରିବାର ବିଧି ରହିଛି ।

ପ୍ରତିବର୍ଷ ପରି ଦେବୀ ମା ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ । ଚଳିତ ବର୍ଷ ସେପଟେମ୍ବର ଇଂରାଜୀ ମାସ 14 ତାରିଖରୁ 24 ତାରିଖ ଯାଏଁ ଦେବୀ ମା ଭିନ୍ନ ଭିନ୍ନ ଚଣ୍ଡୀ ବେଶ ଧାରଣ କରିବେ । ପ୍ରତିବର୍ଷ ପରି ଦେବୀଙ୍କ ପୀଠରେ ଏଥର ବି ସପ୍ତସତୀ ଚଣ୍ଡୀ ଯଜ୍ଞର ଆୟୋଜନ କରାଯାଇଛି ।ମହାଳୟା ତିଥିରେ ଦେବୀ ମାଙ୍କ ପୀଠରୁ ଦେବୀ ମା ସମଲେଇଙ୍କ ପୀଠକୁ ବାଉତି ଛତ୍ର ଶୋଭାଯାତ୍ରା ବି ଆୟୋଜିତ ହେବ । ଏହା ସହିତ ମହାଳୟାର ନିଶାର୍ଦ୍ଧରେ ଆରମ୍ଭ ହେବ ଐତିହାସିକ ବଳୀଯାତ୍ରା ।

ଏହା ମଧ୍ୟ ପଢନ୍ତୁ..ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମହାବଳୀ ଯାତ୍ରା, ଜାଣନ୍ତୁ ଏହାର ବିଶେଷତ୍ୱ

ଐତିହାସୀକ ଗୋରେଖ ନାଥ ସାହୁ କହିଛନ୍ତି, ‘‘ବୀର ପର୍ଶୁରାମ ଏହି ପୀଠରେ ଯଜ୍ଞ କରିଥିଲେ । ମାତା ରେଣୁକାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚଣ୍ଡୀ ଯଜ୍ଞର ଆୟୋଜନ କରିଥିଲେ । ଯେଉଁ ଯଜ୍ଞକୁଣ୍ଡ ଆଜି ଖଉଳ ଗାଡ ନାମରେ ପ୍ରସିଦ୍ଧ । ଆଶ୍ବୀନ ଶୁକ୍ଳ ପଞ୍ଚମୀ ତିଥିର ନିଶାର୍ଦ୍ଧରେ ବଳୀଯାତ୍ରା ପାଇଁ ପର୍ଶୁରାମଙ୍କ ଯଜ୍ଞ କୁଣ୍ଡରୁ ତାନ୍ତ୍ରୀକ ମାଟି ଅଣାଯାଇ ବଳୀର ନାଭି ମଣ୍ଡଳରେ ଲେପନ କରାଯାଏ । ଯେଉଁ ତନ୍ତ୍ର ମାଟିର ମହିମାରେ ବଳୀ ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ । ତେବେ ସହରର ଉପକଣ୍ଠରେ ଛନଛାନ ଡୁଙ୍ଗୁରୀରେ ବା ଶ୍ବେନଗିରୀରେ ରହିଛି ପର୍ଶୁରାମଙ୍କ ପିତା ଜମଦଗ୍ନିଙ୍କ ସ୍ଥାନ । ଯେଉଁ ପୀଠର ମାହାତ୍ମ୍ୟରେ ସାରା ଭାରତ ବର୍ଷରେ ଉଡ୍ଡିୟାନ ତନ୍ତ୍ରର ଏକ ତାନ୍ତ୍ରୀକ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି ।ତେବେ ଆଶ୍ବୀନ ମହାଳୟାରୁ ପୂର୍ଣ୍ଣମୀ ଯାଏଁ ଆୟୋଜିତ ହେଉଥିବା ଐତିହାସିକ ବଳୀଯାତ୍ରାରେ ଦେବୀ ମା ସୁରେଶ୍ବରୀଙ୍କ ପୀଠ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ମହାଳୟାରେ ବାଉତି ଛତ୍ର ଶୋଭାଯାତ୍ରାରୁ ଆରମ୍ଭ କରି ଦେବୀ ପୀଠରେ ସପ୍ତସତୀ ଚଣ୍ଡୀ ଯଜ୍ଞ କରାଯାଏ । ଏହାସହ ନବରାତ୍ରରେ ଦେବୀଙ୍କ ଭିନ୍ନ ଭିନ୍ନ ଚଣ୍ଡୀ ବେଶ ଓ ତନ୍ତ୍ର ପଦ୍ଧତିରେ ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ପୂଜା କରାଯାଏ । ଏହା ଓଡିଶାର ଏକ ଅନନ୍ୟା ପୂଜା ଶୈଳୀ । ’’

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.