ETV Bharat / state

ସୁବର୍ଣ୍ଣପୁରରେ ଦରଦାମ ବୃଦ୍ଧି ତାତି, SUCI ବିକ୍ଷୋଭ

author img

By

Published : Jul 15, 2021, 4:29 PM IST

ସୁବର୍ଣ୍ଣପୁରରେ ଦରଦାମ ବୃଦ୍ଧି ତାତି, SUCI ବିକ୍ଷୋଭ
ସୁବର୍ଣ୍ଣପୁରରେ ଦରଦାମ ବୃଦ୍ଧି ତାତି, SUCI ବିକ୍ଷୋଭ

ସୁବର୍ଣ୍ଣପୁରରେ ବିଭିନ୍ନ ଅତ୍ଯାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ । ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ଦେଲା SUCI । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ରନ୍ଧନ ଗ୍ୟାସ ,ଡିଜେଲ ,ପେଟ୍ରୋଲ ,ପିଏନଜି ଓ ସିଏନଜିର ଅହେତୁକ ଦରଦାମ ବୃଦ୍ଧିର ପ୍ରତିବାଦ । ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ଓ SUCI ,କମ୍ୟୁନିଷ୍ଟ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ SUCI ଓ ଟ୍ରେଡ ୟୁନିୟନ କାର୍ଯ୍ୟକର୍ତ୍ତାମାନେ ତାଙ୍କ ଦାବି ଗୁଡିକର ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି ।

ସୁବର୍ଣ୍ଣପୁରରେ ଦରଦାମ ବୃଦ୍ଧି ତାତି, SUCI ବିକ୍ଷୋଭ

ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ଖାଉଟି ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରିବା ସହିତ ଦରଦାମ ନିୟନ୍ତ୍ରଣରେ ରଖିବା ପାଇଁ ଦାବି କରିଛନ୍ତି ଦଳ । ବିଶେଷକରି ଖାଉଟି ସାମଗ୍ରୀ ଦରଦାମ ବୃଦ୍ଧି ଯୋଗୁଁ ଶ୍ରମିକ କୂଳ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ,ଦରଦାମ ନିୟନ୍ତ୍ରଣ ,ଶ୍ରମିକ ବୋର୍ଡ ଗଠନ ,ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜମିରେ ବାସ କରୁଥିବା ପରିବାରଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ତଥା ଆଗାମୀ ଖରିଫ ଋତୁ ଚାଷ କାର୍ଯ୍ୟ ପାଇଁ ରିହାତି ଦରରେ ଜିଲ୍ଲାର କୃଷକମାନଙ୍କୁ ରାସାୟନିକ ସାର ,କୀଟନାଶକ ଔଷଧ ,ବିହନ ତଥା କୃଷି ଉପକରଣ ଆଦି ଯୋଗାଇ ଦେବା ପାଇଁ ଦାବି କରିଛି ଦଳ ।

ସେହିପରି ଦାବି ପୂରଣ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦାବି ପ୍ରତି ସରକାର ଓ ସ୍ଥାନୀୟ ପ୍ରଶାସନ ଧ୍ୟାନ ନ ଦେଲେ ଆଗକୁ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ବିଭିନ୍ନ ଦଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.