ETV Bharat / state

ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ସୁବର୍ଣ୍ଣପୁର ପୌରପରିଷଦ

author img

By

Published : Sep 7, 2020, 4:42 PM IST

ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ସୁବର୍ଣ୍ଣପୁର ପୌରପରିଷଦ
ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ସୁବର୍ଣ୍ଣପୁର ପୌରପରିଷଦ

ସୁବର୍ଣ୍ଣପୁର ସହରରେ ସଦର ପୌରପରିଷଦ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଛି । ଦୀର୍ଘ ଦିନରୁ ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ତେଲନଦୀ କୂଳରେ ଏକ ପରିତ୍ୟକ୍ତ ସ୍ଥାନରେ ଫୋଫାଡ଼ି ଦିଆଯାଉଛି ।

ସୁବର୍ଣ୍ଣପୁର: ସହରରେ ସଦର ପୌରପରିଷଦ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ମାରିଛି । ଦୀର୍ଘ ଦିନରୁ ସହରରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ତେଲନଦୀ କୂଳରେ ଏକ ପରିତ୍ୟକ୍ତ ସ୍ଥାନରେ ଫୋଫାଡ଼ି ଦିଆଯାଉଛି । ଏହି ଐତିହାସିକ ସହରକୁ ବୌଦ୍ଧ ଜିଲ୍ଲା ପଟୁ ପ୍ରବେଶ କଲା ମାତ୍ରେ ଯାତ୍ରୀର ନଜର କୁଢ଼ କୁଢ଼ ଆବର୍ଜନା ଉପରେ ପଡୁଛି ।

ତେଲନଦୀରେ ବଢ଼ି ପାଣି ଆସିଲେ ଆବର୍ଜନା ଗୁଡ଼ିକ ପାଣିରେ ଭସେଇ ନେଉଛି । ସେହିପରି ସହରର ବିଭିନ୍ନ ରାସ୍ତା ପାର୍ଶ୍ବରେ ପଡି ରହିଥିବା ଆବର୍ଜନା ସଫା କରାଯାଇ ପାରୁନାହିଁ । ତେବେ ଏହାକୁ ଦେଖି ପୌର ପରିଷଦର ସ୍ବଚ୍ଛ ଭାରତ ଅଭିଯାନ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ଅଭିଯୋଗ ହେଉଛି ।

ଆଜକୁ ପାଞ୍ଚ ବର୍ଷରୁ ଅଧିକ ହେଲା ଏଥିପାଇଁ ପୌର ପରିଷଦକୁ ଅନୁଦାନ ମିଳିଛି । ରାଜସ୍ବ ବିଭାଗ ପକ୍ଷରୁ ସ୍ଥାନ ବି ଚିହ୍ନଟ ହୋଇଛି । ତେବେ ବିଭାଗୀୟ ଉଦାସୀନତା ଯୋଗୁଁ ଜନସାଧାରଣ ଆବର୍ଜନାମୟ ପରିବେଶ ଭିତରେ ଜୀବନ ଯାପନ କରୁଥିବା ଅଭିଯୋଗ ହେଉଛି । ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏହି ଐତିହାସିକ ମନ୍ଦିର ମାଳିନୀ ସହରର ଗୌରବ ଅକ୍ଷୁର୍ଣ୍ଣ ରହିବ ବୋଲି ମତ ପ୍ରକାଶ ପାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.