ETV Bharat / state

କର୍ମନିଯୁକ୍ତି ଦେବାରେ ସୁବର୍ଣ୍ଣପୁର ପୌର ପରିଷଦ ବିଫଳ ଅଭିଯୋଗ

author img

By

Published : Aug 21, 2021, 4:44 PM IST

କର୍ମନିଯୁକ୍ତି ଦେବାରେ ସୁବର୍ଣ୍ଣପୁର ପୌର ପରିଷଦ ବିଫଳ ଅଭିଯୋଗ
କର୍ମନିଯୁକ୍ତି ଦେବାରେ ସୁବର୍ଣ୍ଣପୁର ପୌର ପରିଷଦ ବିଫଳ ଅଭିଯୋଗ

ସୁବର୍ଣ୍ଣପୁରରେ ଯୁବବର୍ଗଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ପାଇଁ ଦୋକାନ ଘର ତିଆରି ହୋଇଛି । ହେଲେ କର୍ମନିଯୁକ୍ତି ଦେବାରେ ପୌର ପରିଷଦ ବିଫଳ ବୋଲି ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଯୁବବର୍ଗଙ୍କୁ କର୍ମନିଯୁକ୍ତି ଦେବାରେ ସୁବର୍ଣ୍ଣପୁର ପୌର ପରିଷଦ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯୁବବର୍ଗଙ୍କୁ ଆତ୍ମନିଯୁକ୍ତି ସୁଯୋଗ ଦେଇ ଆତ୍ମନିର୍ଭରଶୀଳ କରିବାକୁ ସହରର ବିଭିନ୍ନ ସ୍ଥାନରେ ଷ୍ଟଲ ବା ଦୋକାନ ଘର ତିଆରି କରାଯାଇଛି । ହେଲେ ବେକାର ଯୁବକ ଯୁବତୀଙ୍କ ଭିତରେ ଦୀର୍ଘ ଦିନ ହେଲା ବଣ୍ଟାଯାଇ ପାରୁନାହିଁ । ସେପଟେ ଏ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଅବୋଲୀ ନରୱଣେ ।

କର୍ମନିଯୁକ୍ତି ଦେବାରେ ସୁବର୍ଣ୍ଣପୁର ପୌର ପରିଷଦ ବିଫଳ ଅଭିଯୋଗ

ସହରର ବ୍ଳକ ଛକରେ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ଷ୍ଟଲ ତିଆରି ହୋଇ ପଡି ରହିଥିବାବେଳେ ଗତ ମାସରେ ପୁଣି ନୂତନ ଷ୍ଟଲ ତିଆରି ଚାଲିଛି । ସେହିପରି ମଙ୍ଗଳବାର ବଜାର ନିକଟରେ ଷ୍ଟଲ ତିଆରି ହୋଇ ପଡି ରହିଛି । ସୁରେଶ୍ବରୀ ମନ୍ଦିର ପାର୍ଶ୍ବରେ ଅନେକ ଷ୍ଟଲ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଶତାଧିକ ଲୋକେ ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ୫୦ ହଜାର ଟଙ୍କା ଲେଖାଏଁ ସିକ୍ୟୁରିଟି ବାବଦକୁ ଦେଇ ଷ୍ଟଲ ପାଇବା ଆଶାରେ ଅଛନ୍ତି । ବିଜ୍ଞାପନ ଅନୁଯାୟୀ ପ୍ରତ୍ୟେକ ଆବେଦନକାରୀ ୫୦ ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ ଦେଇ ଷ୍ଟଲ ଲଟେରୀରେ ଅଂଶ ଗ୍ରହଣ କରିବା ପାଇଁ କୁହାଯାଇଥିଲା ।

ପୁଣି ନୂତନ ଭାବେ ବିଜ୍ଞାପନ ଦେଇ ଯେଉଁ ବ୍ୟବସାୟୀ ସିକ୍ୟୁରିଟି ବାବଦକୁ ଯେତିକି ଅଧିକ ଅର୍ଥ ଦେଇ ପାରିବ ତାକୁ ଷ୍ଟଲ ପ୍ରଦାନ କରାଯିବ ବୋଲି ନିୟମ କରି 13 ଗୋଟି ଷ୍ଟଲ ନିଲାମ ଡାକି ପ୍ରଦାନ କରାଯାଇଥିଲା । ହେଲେ ଷ୍ଟଲ ନିର୍ମାଣ ହୋଇଥିବା ସ୍ଥାନରେ ପୂର୍ବରୁ ଦୋକାନ କରି ଷ୍ଟଲ ପାଇବା ପାଇଁ ବ୍ୟବସାୟୀମାନେ ନିଜ ଉଠା ଦୋକାନ ଅନ୍ୟତ୍ର ନେଇ ଯାଇଥିବା ବେଳେ ସେମାନଙ୍କୁ ବି ଷ୍ଟଲ ପ୍ରଦାନ କରାଯାଉନାହିଁ । ତାଙ୍କ ସିକ୍ୟୁରିଟି ବାବଦକୁ ନେଇଥିବା ଅର୍ଥ ମଧ୍ୟ ପୌର ପରିଷଦ ଫେରାଉ ନାହାନ୍ତି । ତେବେ ଯୁବବର୍ଗ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସଦର ପୌର ପରିଷଦ ଯୁବବର୍ଗଙ୍କୁ ନିରୁତ୍ସାହିତ କରୁଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।

ସହରରେ ଅନେକ ସ୍ଥାନରେ ରାଜସ୍ବ ବିଭାଗ ଓ ପୌର ପରିଷଦର ଶହ ଶହ ଏକର ସ୍ଥାନ ଥିବାବେଳେ ସେଠାରେ ଦୋକାନ ଘର ତିଆରି କରି ଯୁବବର୍ଗଙ୍କୁ ପ୍ରଦାନ କରାଗଲେ ବେକାରୀ ଦୂରୀକରଣ ହୋଇପାରିବ ବୋଲି ବିଜେପି ନେତା ବଳଦେବ ବେଦବାଗ କହିଛନ୍ତି । ଅପରପକ୍ଷରେ ଷ୍ଟଲ ବଣ୍ଟନ ସଂପର୍କରେ ଚିରାଚରିତ ଢଙ୍ଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅବୋଲୀ ନରୱଣେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.