ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ତ୍ବରିତ ସଂପୂର୍ଣ୍ଣ ଦାବି, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

author img

By

Published : Sep 12, 2022, 3:31 PM IST

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି

ସୋମବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଖୋର୍ଦ୍ଧା-ବଲାଙ୍ଗିର ରେଲୱେ କ୍ରିୟାନୁଷ୍ଠାନ କମିଟି ନିଜ ଦାବି ପୁଣି ଦୋହରାଇଛି ।ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀରର ରେଲୱେ ଲାଇନ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ପ୍ରଦାନ କରିଛି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ପୁଣି ଦୋହରିଲା ନୂତନ ରେଳ ପ୍ରକଳ୍ପ ଦାବି । ସୋମବାର ଖୋର୍ଦ୍ଧା-ବଲାଙ୍ଗିର ରେଲୱେ କ୍ରିୟାନୁଷ୍ଠାନ କମିଟି ନିଜ ଦାବି ପୁଣି ଦୋହରାଇଛି । ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀରର ରେଲୱେ ଲାଇନ(Khurda road Balangir railway line project) ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି କମିଟି । ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ପଶ୍ଚିମ ଓଡିଶାର ତିନୋଟି ଜିଲ୍ଲା ସହିତ ପୂର୍ବ ଓଡିଶାକୁ ଯୋଡିବା ଓ ରେଳ ପ୍ରକଳ୍ପ ହେଲେ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲା ଗୁଡିକର ଅର୍ଥନୈତିକ ବିକାଶକୁ ଆଖି ଆଗରେ ରଖି ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ 2001 ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି

ଏହା ମଧ୍ୟ ପଢନ୍ତୁ:ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ବିଳମ୍ବ, ଏକାଠି ହେଲେ 3 ଜିଲ୍ଲା

ମାତ୍ର 100 କୋଟି ବ୍ୟୟ ରଖାଯାଇଥିବା ଏହି ପ୍ରକଳ୍ପ ଏବେ ହଜାର ହଜାର କୋଟିରେ ପହଞ୍ଚି ସାରିଲାଣି । ଅଥଚ ସଂପୂର୍ଣ୍ଣ ରେଳଲାଇନର 50 ପ୍ରତିଶତ କାର୍ଯ୍ୟ ବି ଶେଷ କରାଯାଇ ପାରିନାହିଁ । ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ଦିନ ଧରି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ରାଜନୈତିକ ଉଦାସୀନତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି । ସେହିପରି ସମ୍ବଲପୁର-ଗୋପାଳପୁର ନୂତନ ରେଳ ଲାଇନ ରେଢ଼ାଖୋଲ ଦେଇ ନିର୍ମାଣ ନକରି ସୁବର୍ଣ୍ଣପୁର ସହର ଦେଇ ନିର୍ମାଣ କରିବା ପାଇଁ ଦାବି କରାଯାଇଛି ।

ଯାହାଫଳରେ ଏହି ନୂତନ ରେଳ ଲାଇନ ସୁବର୍ଣ୍ଣପୁର ଦେଇ ନିର୍ମାଣ କଲେ ସମ୍ବଲପୁର-ସୁବର୍ଣ୍ଣପୁର ଓ ବୌଦ୍ଧ ରେଳ ଲାଇନରେ ସଂଯୋଗ ହୋଇ ପାରିବ । ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବା ଦିଗରେ ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ ଲାଇନ କ୍ରିୟାନୁ୍ଷ୍ଠାନ କମିଟି ପୁଣି ଦାବି ଉପସ୍ଥାପନ କରିଛି । ସୋମବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରେଳପଥ ନିର୍ମାଣରେ କେନ୍ଦ୍ର ଓ ରାଜ୍ୟ ସରକାର ଅବହେଳା କରୁଥିବାରୁ 30 ବର୍ଷ ହେଲା କାମ ଆଗେଇ ପାରୁନାହିଁ ।

ତେବେ ଏହାକୁ ନେଇ ଏବେ ତିନୋଟି ଜିଲ୍ଲାର ଲୋକେ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଯେଉଁଥିରେ ବଲାଙ୍ଗୀର ସୋନପୁର ଓ ବୌଦ୍ଧ ଜିଲ୍ଲାର ଲୋକେ ଏକାଠି ହୋଇଛନ୍ତି । ଏବଂ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଗଠନ କରିଛନ୍ତି । ଏହି ରେଳପଥ ପାଇଁ ପ୍ରକୃତରେ କୌଣସି ସରକାରଙ୍କ ଆନ୍ତରିକତା ନ ଥିବାର ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.