ETV Bharat / state

ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା, ଶେଷ ହେଲା ଦେବ ନିମନ୍ତ୍ରଣ

author img

By

Published : May 26, 2020, 12:44 AM IST

Updated : May 26, 2020, 1:52 PM IST

ପାଳିତ ହେଉଛି ସୁବର୍ଣ୍ଣପୁରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । ଏହି ଯାତ୍ରାର କନ୍ୟା ଖୋଜା, ନିର୍ବନ୍ଧ କାର୍ଯ୍ୟ ଶେଷ ହେବା ପରେ ଦେବ ନିମନ୍ତ୍ରଣ ଶେଷ ହେଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶେଷ ହେଲା ଦେବ ନିମନ୍ତ୍ରଣ
ଶେଷ ହେଲା ଦେବ ନିମନ୍ତ୍ରଣ

ସୁବର୍ଣ୍ଣପୁର: ନିରାଡ଼ମ୍ବର ଭାବେ ଏଥର ପାଳିତ ହେଉଛି ସୁବର୍ଣ୍ଣପୁରର ଐତିହାସିକ ଶୀତଳଷଷ୍ଠୀ ଯାତ୍ରା । ଏହି ଯାତ୍ରାର କନ୍ୟା ଖୋଜା, ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୋମବାର ଦେବ ଦମ୍ପତିଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା, ଶେଷ ହେଲା ଦେବ ନିମନ୍ତ୍ରଣ

ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରୁ ନିମନ୍ତ୍ରଣ ନେଇ ସହରର ଅଷ୍ଟ ଶମ୍ଭୁ ଓ ଅଷ୍ଟ ଵିଷ୍ଣୁଙ୍କ ପୀଠକୁ ପହଞ୍ଚିଥିଲା । ଏହି ପର୍ବର ମୁଖ୍ୟ ଆକର୍ଷଣ ମହଣ ରୂପାରେ ତିଆରି ବିମାନ ଓ 108 ଭରି ସ୍ବର୍ଣ୍ଣ ନାଗ ପାରମ୍ପରିକ ପୂଜା ଆରାଧନା ପରେ ଜିଲ୍ଲା କୋଷାଗାରରୁ ବାହାରିବା । ହେଲେ ଏଥର ଯାତ୍ରା ପାଇଁ ଜନସାଧାରଣଙ୍କ ସମାଗମକୁ ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ବାରଣ କରିଥିବାରୁ ଦେବ ଦମ୍ପତିଙ୍କ ଵିଵାହ ଉତ୍ସବରେ ସାମିଲ ହେବାରୁ ସହରବାସୀ ବଞ୍ଚିତ ହେବେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : May 26, 2020, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.