ETV Bharat / state

ଫିକା ମକର ସଂକ୍ରାନ୍ତି: ଖାଁ ଖାଁ ବାବା ଅଷ୍ଟଶମ୍ଭୁ ମନ୍ଦିର

author img

By

Published : Jan 14, 2022, 1:14 PM IST

ପବିତ୍ର ମକର ସଂକ୍ରାନ୍ତି : ଜନଶୂନ୍ୟ ବାବା ଅଷ୍ଟଶମ୍ଭୁ ମନ୍ଦିର
ପବିତ୍ର ମକର ସଂକ୍ରାନ୍ତି : ଜନଶୂନ୍ୟ ବାବା ଅଷ୍ଟଶମ୍ଭୁ ମନ୍ଦିର

ଆଜି ହେଉଛି ହିନ୍ଦୁ ମାନଙ୍କ ପ୍ରଧାନ ପର୍ବ ପବିତ୍ର ମକର ସଂକ୍ରାନ୍ତି । କିନ୍ତୁ ଖାଁ ଖାଁ ସୁବର୍ଣ୍ଣପୁର ସହରର ବାବା ଅଷ୍ଟଶମ୍ଭୁ ମନ୍ଦିର । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଆଜି ହେଉଛି ହିନ୍ଦୁ ମାନଙ୍କ ପ୍ରଧାନ ପର୍ବ ପବିତ୍ର ମକର ସଂକ୍ରାନ୍ତି । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ପୋଙ୍ଗଲ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି । ଆଜିର ଦିନରେ ବିଭିନ୍ନ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । କିନ୍ତୁ କୋରୋନା ମହାମାରୀ ପାଇଁ ଏ ବର୍ଷ ଜନଶୂନ୍ୟ ହୋଇପଡିଛି ମନ୍ଦିର ପରିସର । ମହାମାରୀ କୋରୋନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଦେବାଦେବୀଙ୍କ ଦର୍ଶନ ମନା କରାଯାଇଥିଲା । ମନ୍ଦିର ମାଳିନୀ ଐତିହାସିକ ସୁବର୍ଣ୍ଣପୁର ସହରର ଅଷ୍ଟଶମ୍ଭୁଙ୍କ ମନ୍ଦିରରେ କରୋନା କଟକଣା ସହ ମକର ଉତ୍ସବ ପାଳନ କରାଯାଉଛି ।

ପବିତ୍ର ମକର ସଂକ୍ରାନ୍ତି : ଜନଶୂନ୍ୟ ବାବା ଅଷ୍ଟଶମ୍ଭୁ ମନ୍ଦିର

ଏନେଇ ଆଜି ସହରର ଅଷ୍ଟ ଶମ୍ଭୁଙ୍କ ପାବନ ପୀଠ ଖାଁ ଖାଁ ହୋଇପଡିଥିଲା । ତେବେ ସହରର ମହାନଦୀ ଓ ତେଲନଦୀ ସଂଗମରେ ଶ୍ରଦ୍ଧାଳୁ ମାନେ ସ୍ନାନ କରି ଶୈବ ପୀଠଗୁଡିକରେ ପାଚେରୀ ବାହାରେ ମୁଣ୍ଡିଆମାରି ଘରକୁ ଫେରିଛନ୍ତି ଶ୍ରଦ୍ଧାଳୁ । ପାରଂପାରିକ ରୀତିନୀତିରେ ଦେବ ଦେବୀଙ୍କ ପୂଜା ଆରାଧନା ଚାଲିଥିବା ବେଳେ ଆଜି ବାବା ସୁବର୍ଣ୍ଣମେରୁଙ୍କ ସମେତ ଅଷ୍ଟ ଶମ୍ଭୁଙ୍କ ମନ୍ଦିରରେ ମକର ଭୋଗ ପ୍ରଦାନ କରାଯାଇଛି । ତେବେ ବିଧିରକ୍ଷା ପାଇଁ ମନ୍ଦିର ଗୁଡିକରେ ମକର ଉତ୍ସବ ପାଳନ କରାଯିବା ସହିତ ଧୂପ ,ଦୀପ ଓ ନୈବେଦ୍ୟ ପ୍ରଦାନ ପୂର୍ବକ ମନ୍ଦିର ଫାଟକ ଗୁଡିକ ବନ୍ଦ କରାଯାଇଛି ଏବଂ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ଗୁଡିକ ପକ୍ଷରୁ ସମସ୍ତ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ପବିତ୍ର ମକର ସଂକ୍ରାନ୍ତିରେ ଭକ୍ତ ବାବାଙ୍କୁ ଦର୍ଶନ କରି ନପାଇ ନିରାଶ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.