ETV Bharat / state

ସୋନପୁର ଗଡଜାତ ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣୟ

author img

By

Published : Sep 1, 2021, 8:07 AM IST

ସୋନପୁର ଗଡଜାତ ପାଇଁ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ, ଆଗାମୀ 11ରେ ନବାର୍ଣ୍ଣ ପର୍ବ ପାଳନ
ସୋନପୁର ଗଡଜାତ ପାଇଁ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ, ଆଗାମୀ 11ରେ ନବାର୍ଣ୍ଣ ପର୍ବ ପାଳନ

ସୋନପୁର ଗଡଜାତ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଆଗାମୀ ନୂଆଖାଇ ପାଳନ କରିବାକୁ ଲଗ୍ନ ହେଲା ନିର୍ଣ୍ଣୟ । ଗତକାଲି ନନ୍ଦୋତ୍ସବ ଦିବସର ସନ୍ଧ୍ୟାରେ ଶ୍ରୀବଡ ଜଗନ୍ନାଥଙ୍କ ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଆଗାମୀ ନୂଆଖାଇ ପାଳନ କରିବାକୁ ଲଗ୍ନ ହେଲା ନିର୍ଣ୍ଣୟ । ଗତକାଲି(ମଙ୍ଗଳବାର) ନନ୍ଦୋତ୍ସବ ଦିବସର ସନ୍ଧ୍ୟାରେ ପରମ୍ପରା ଅନୁଯାୟୀ ସହରର ଶ୍ରୀବଡ ଜଗନ୍ନାଥଙ୍କ ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି ।

ସୋନପୁର ଗଡଜାତ ପାଇଁ ନବାର୍ଣ୍ଣ ଲଗ୍ନ ନିର୍ଣ୍ଣୟ, ଆଗାମୀ 11ରେ ନବାର୍ଣ୍ଣ ପର୍ବ ପାଳନ

ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ନାଁରେ ଆଦ୍ୟ ଅକ୍ଷର ସ ଶତଭୀଶା ନକ୍ଷତ୍ରେ କୁମ୍ଭରାଶୀକୁ ନେଇ ଆଗାମୀ ସେପ୍ଟେମ୍ବର ମାସ 11 ତାରିଖରେ ନବାନ୍ନ ପର୍ବ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶୁକ୍ଲ ପଞ୍ଚମୀ ତିଥି ଶନିବାର ଋଷୀପଞ୍ଚମୀ ଦିନ ସ୍ବାତୀ ନକ୍ଷତ୍ରେ, ଚନ୍ଦ୍ରଶୀତ ରାଶି ତୁଳା ଲଗ୍ନେ ସକାଳ 9 ଘଣ୍ଟିକାରୁ 9 ଟା 45 ମିନିଟ ମଧ୍ୟେ ଗଡଜାତର ଅନ୍ୟତମ ଦେବୀ ପୀଠ ମା’ ସମଲେଶ୍ବରୀ ମନ୍ଦିରରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର (ନବାର୍ଣ୍ଣ ଓ ଭୋଗ ଖଞ୍ଜା) ଯିବା ପାଇଁ ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରିଛନ୍ତି ।

ସେହିପରି 10 ଟା 19ରୁ 10 ଟା 30 ମଧ୍ୟରେ ଗଡଜାତର ଜନସାଧାରଣ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରି ଗ୍ରହଣ କରିବେ ବୋଲି ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରି ଶ୍ରୀବଡ ଜଗନ୍ନାଥଙ୍କ ପାଖରେ ଆଜ୍ଞା ପାଇଁ ସମର୍ପଣ କରିଛନ୍ତି । ପରମ୍ପରା କ୍ରମେ ଏହି ଲଗ୍ନ ନିର୍ଣ୍ଣୟ କାର୍ଯ୍ୟକ୍ରମ ସଦର ପୌର ପରିଷଦ କରି ଆସୁଥିବା ବେଳେ ଏଥର କୋଭିଡ କଟକଣା ପାଇଁ ସହରବାସୀଙ୍କ ପକ୍ଷରୁ ଲଗ୍ନ ନିର୍ଣ୍ଣୟ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି । ସହରବାସୀ ନୂଆଖାଇ ଲଗ୍ନ ଜିଲ୍ଲା ପ୍ରଶାସନକୁ ଜଣାଇବା ସହିତ ଅନୁମତି ପାଇଁ ପୌର ପରିଷଦ ପାଖରେ ଦାଖଲ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.