ETV Bharat / state

ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ

author img

By

Published : Sep 11, 2021, 12:29 PM IST

ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ
ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ

ସୋନପୁର ଗଡ଼ଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ । ଏହାପରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳବାସୀ ସପରିବାର ନୂଆଁଖାଇ ପାଳନ କରିଛନ୍ତି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ । ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ଆଦ୍ୟ ଅକ୍ଷର ସ ଶତଭୀଶା ନକ୍ଷତ୍ରେ କୁମ୍ଭରାଶିକୁ ନେଇ ଆଜି ସେପ୍ଟେମ୍ବର ମାସ 11 ତାରିଖ, ଭାଦ୍ରବ ଶୁକ୍ଲ ପଞ୍ଚମୀ ତିଥି ଶନିବାର( ଋଷୀପଞ୍ଚମୀ ) ସ୍ବାତୀ ନକ୍ଷତ୍ରେ, ଚନ୍ଦ୍ରଶୀତ ରାଶି ତୁଳା ଲଗ୍ନେ ସକାଳ 9 ଟାରୁ 9 ଘଣ୍ଟା 45 ମିନିଟ ମଧ୍ୟେ ଗଡଜାତର ଅନ୍ୟତମ ଦେବୀ ପୀଠ ମା’ ସମଲେଶ୍ବରୀ ମନ୍ଦିରରୁ ଅଷ୍ଟଚଣ୍ଡୀଙ୍କ ପୀଠକୁ ପାହୁର (ନବାନ୍ନ ଓ ଭୋଗ ଖଞ୍ଜା) ନିର୍ଧାରିତ ଲଗ୍ନରେ ପହଞ୍ଚିଛି।

ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପାଖରେ ସମର୍ପିତ ହେଲା ନବାନ୍ନ

ସେହିପରି 10 ଘଣ୍ଟା 19ରୁ 10 ଘଣ୍ଟା 30 ମଧ୍ୟରେ ଗଡଜାତର ଜନସାଧାରଣ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରି ଗ୍ରହଣ କରିବେ ବୋଲି ପାହୁର ଯାତ୍ରା କମିଟି ବାଣ ଫୁଟାଇ ଗଡଜାତବାସୀଙ୍କୁ ସୂଚନା ଦେଇଛନ୍ତି । ଏହାପରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳବାସୀ ନିଜ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରିବା ସହିତ ସପରିବାର ନୂଆଁଖାଇ ପାଳନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.