ETV Bharat / state

ଆଜି ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦ, କାଳୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

author img

By

Published : Oct 7, 2021, 10:43 PM IST

ଆଜି ଆଶ୍ବୀନ ଶୁକ୍ଲପକ୍ଷ ପ୍ରତିପଦ, କାଳୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ
ଆଜି ଆଶ୍ବୀନ ଶୁକ୍ଲପକ୍ଷ ପ୍ରତିପଦ, କାଳୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

ଆଜି ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦ । ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଆଜି କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦେଲେ ଦର୍ଶନ। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ ଆଜି ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦ ତିଥିରେ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ମା’ ତାରା ବେଶ ଧାରଣ କରିବେ । ତେବେ ଦେବୀ ମା’ ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରିବାର ପରମ୍ପରା ରହିଛି ।

ଆଜି ଆଶ୍ବୀନ ଶୁକ୍ଲପକ୍ଷ ପ୍ରତିପଦା, କାଳୀ ବେଶରେ ଦର୍ଶନ ଦେଲେ ମା’ ସୁରେଶ୍ୱରୀ

ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପରିଧାନ କରାଯାଉଥିବାବେଳେ ଏବେ କିନ୍ତୁ ଦେବୀ ମା’ ଭିନ୍ନଭିନ୍ନ ପାଟ ବସ୍ତ୍ର ପରିଧାନ କରିଥାନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ,ଅଗୁର,ଚନ୍ଦନ,କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରିଥିବାବେଳେ ଆଜି ପ୍ରତିପଦ ତିଥିରେ ଦେବୀ ମା‘ କଳାବସ୍ତ୍ର ଧାରଣ କରିଛନ୍ତି । ତେବେ ସୁବର୍ଣ୍ଣପୁରର ଐତିହାସିକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବାବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମାଙ୍କ କୃପା ଭିକ୍ଷା ସାଉଁଟିବାକୁ ଏହି ଶାକ୍ତ ପୀଠକୁ ଛୁଟି ଆସୁଛନ୍ତି । ଦେବୀଙ୍କ ସନ୍ଧ୍ୟା ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ତେବେ ଦେବୋତ୍ତର ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.