ETV Bharat / state

ମମିତା ମେହେର ହତ୍ୟା ଘଟଣାକୁ ନେଇ ତାତିଲା କେଶରୀଆ ହିନ୍ଦୁ ବାହିନୀ

author img

By

Published : Oct 28, 2021, 12:48 PM IST

ମମିତା ମେହେର ହତ୍ୟା ଘଟଣାକୁ ନେଇ ତାତିଲା କେଶରୀଆ ହିନ୍ଦୁ ବାହିନୀ
ମମିତା ମେହେର ହତ୍ୟା ଘଟଣାକୁ ନେଇ ତାତିଲା କେଶରୀଆ ହିନ୍ଦୁ ବାହିନୀ

ମମିତା ମେହେର ହତ୍ୟା ଘଟଣା । କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ । ସମ୍ପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କେଶରୀଆ ହିନ୍ଦୁ ବାହିନୀ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ତେଜୁଛି ମମିତା ମେହେର ହତ୍ୟାକାଣ୍ତ ଘଟଣା । ଏନେଇ ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ସୁବର୍ଣ୍ଣପୁର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କେଶରୀଆ ହିନ୍ଦୁ ବାହିନୀ ଜିଲ୍ଲା ଶାଖା ପକ୍ଷରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯାଇଛି। ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦକୁ ବି ସମର୍ଥନ କରିଛି କେଶରୀଆ ହିନ୍ଦୁ ବାହିନୀ । ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ସହିତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଜୋରଦାର କରାଯାଇଛି।

ମମିତା ମେହେର ହତ୍ୟା ଘଟଣାକୁ ନେଇ ତାତିଲା କେଶରୀଆ ହିନ୍ଦୁ ବାହିନୀ

ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଆଜି ବିଭିନ୍ନ ଗାଁ ପରିଦର୍ଶନ କରି ଜନମତ ସୃଷ୍ଟି କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ବିଜେଡି ମନ୍ତ୍ରୀ ମାନେ ଅପରାଧି କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାର ବିଭିନ୍ନ ଗାଁରେ ଶୋଭାଯାତ୍ରା କରି ସହରର ବ୍ଲକ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.