ETV Bharat / state

ସୁବର୍ଣ୍ଣପୁରରୁ 9700 ଲିଟର କିରୋସିନ ଜବତ

author img

By

Published : Feb 20, 2021, 7:17 AM IST

9700 ଲିଟର କିରୋସିନ ଜବତ
9700 ଲିଟର କିରୋସିନ ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ ପତ୍ରାପାଳି ନିକଟରେ 9700 ଲିଟର କିରୋସିନ ଜବତ । ଭିଜିଲାନ୍ସ ଓ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ ଜାରି ।

ସୁବର୍ଣ୍ଣପୁର: 9700 ଲିଟର କିରୋସିନ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ ପତ୍ରାପାଳି ନିକଟରେ ଥିବା ଏକ କ୍ୟାମ୍ପରୁ ଆଜି ସମ୍ବଲପୁର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଚଢ଼ାଉ କରି ଆନୁମାନିକ 9700 ଲିଟର କିରୋସିନ ଜବତ କରିଛି l କ୍ୟାମ୍ପରେ ଚଢ଼ାଉ ବେଳେ ସେଠାରେ ଥିବା ଲୋକମାନେ ଫେରାର ହୋଇଯାଇଥିବା ଜଣାପଡିଛି l

9700 ଲିଟର କିରୋସିନ ଜବତ

ଚଢ଼ାଉ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ l ତେବେ ଏତେ ପରିମାଣରେ କିରୋସିନ କିଏ ଓ କାହିଁକି ରଖିଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନଥିବାବେଳେ ଜବତ କିରୋସିନ ସବୁକୁ ସୋନପୁର ସିଏସଓ ଅଫିସକୁ ନିଆଯାଇଥିବା ଜଣାପଡିଛି । ତେବେ ଏନେଇ ଭିଜିଲାନ୍ସ ଓ ଯୋଗାଣ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.