ETV Bharat / state

ଜବରଦଖଲକାରୀଙ୍କ କବଜାରେ ଗୋଚର ଭୂଇଁ: ତହସିଲଦାରଙ୍କୁ ଗୁହାରି କଲେ ଗ୍ରାମବାସୀ

author img

By

Published : Oct 14, 2019, 4:30 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ବଲାଡି ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମବାସୀ ସଦର ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗୋଚର ଜମି ଉପରେ ପଡୋଶୀ ସାଗରପାଲି ଗାଁର କିଛି ଲୋକେ ବେଆଇନ ଭାବେ ଘର ତିଆରି କରିବା ପ୍ରତିବାଦରେ ବିକ୍ଷୋଭ କରାଯାଇଛି ।

ସୁବର୍ଣ୍ଣପୁର: ଜିଲ୍ଲା ବଲାଡି ପଞ୍ଚାୟତର ଡୁଙ୍ଗୁରିପାଲି ଗାଁ ଲୋକେ ସଦର ତହସିଲ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁରେ ଥିବା ଗୋଚର ଜମି ଉପରେ ପଡୋଶୀ ସାଗରପାଲି ଗାଁର କିଛି ଲୋକେ ବେଆଇନ ଭାବେ ଘର ତିଆରି କରିବା ପ୍ରତିବାଦରେ ଗାଁ ଲୋକେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଗାଁରେ ସୀମିତ ପରିମାଣରେ ଗୋଚର ଜମି ଥିବାବେଳେ ଗାଈଗୋରୁଙ୍କ ଚରାଭୂଇଁକୁ ଦିନକୁ ଦିନ ବେଆଇନ ଭାବେ କବଜା ହେଉଥିବା ଅଭିଯୋଗ କରିଛନ୍ତି ସେମାନେ । ଜବର ଦଖଲକାରୀଙ୍କୁ ମନା କରିବାରୁ ଗାଁ ଲୋକଙ୍କ ସହିତ ଝଗଡା କରୁଥିବା ବି ଅଭିଯୋଗ ହୋଇଛି।

ସବୁଠାରୁ ବଡ କଥା ହେଲା ଡୁଙ୍ଗୁରିପାଲି ଗାଁଲୋକେ ଖାରୀ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଗାଁ ଲୋକେ କହିଛନ୍ତି । ଫଳରେ ବାଧ୍ୟ ହୋଇ ସଦର ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ରାଜସ୍ବ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।

ଜବରଦଖଲକାରୀଙ୍କୁ ଉଚ୍ଛେଦ ନକଲେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଗାଁ ଲୋକେ କହିଛନ୍ତି । ସେପଟେ ତହସିଲଦାର ଖାରୀ ରାଜସ୍ବ ନିରୀକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ତହସିଲ କାର୍ଯ୍ୟାଳୟରୁ ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:-ସୁବର୍ଣ୍ଣପୁର ଜିଲ୍ଲା ବଲାଡି ପଂଚାୟତର ଡୁଂଗୁରିପାଲି ଗାଁ ଲୋକେ ସଦର ତହସିଲ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗାଁରେ ଥିବା ଗୋଚର ଜମି ଉପରେ ପଡୋଶୀ ସାଗାରପାଲି ଗାଁର କିଛି ଲୋକ ବେଆଇନ ଭାବେ ଘର ତିଆରି କରିବା ପ୍ରତିବାଦରେ ଡୁଂଗୁରିପାଲି ଗାଁ ଲୋକେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।ଗାଁରେ ସୀମିତ ପରିମାଣରେ ଗୋଚର ଜମି ଥିବା ବେଳେ ଗାଁରେ ଥିବା ଗାଇ ଗୋରୁଙ୍କ ଚରାଭୂଇଁ ଦିନକୁ ଦିନ ବେଆଇନ ଭାବେ କବଜା ହେଉଥିବା ଅଭିଯୋଗ କରିଛନ୍ତି ।ଜବର ଦଖଲକାରୀଙ୍କୁ ମନା କରିବାରୁ ଗାଁ ଲୋକଙ୍କ ସହିତ ଝଗଡା କରୁଥିବା ଅଭିଯୋଗ ହେଉଛି ।ଡୁଂଗୁରିପାଲି ଗାଁଲୋକେ ଖାରୀ ରାଜସ୍ବ ନୀରିକ୍ଷକ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।ଫଳରେ ବାଧ୍ୟ ହୋଇ ସଦର ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।ରାଜସ୍ବ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।Body:ଜବରଦଖଲକାରୀଙ୍କୁ ଉଛେଦ ନ କଲେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଗାଁ ଲୋକେ କହିଛନ୍ତି ।ସେପଟେ ତହସିଲଦାର ଖାରୀ ରାଜସ୍ବ ନୀରିକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ତହସିଲ କାର୍ଯ୍ୟାଳୟରୁ ଜଣା ପଡିଛି ।
Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.