ETV Bharat / state

ସୁବର୍ଣ୍ଣପୁରରେ ଡରାଇଲାଣି ଖରା, ପିଇବା ପାଣି ପାଇଁ ଛଟପଟ ଲୋକେ

author img

By

Published : Mar 31, 2021, 12:53 PM IST

ସହରରେ ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ, ଏବେଠୁ ପିଇବା ପାଣି ସମସ୍ୟା
ସହରରେ ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ, ଏବେଠୁ ପିଇବା ପାଣି ସମସ୍ୟା

ସୁବର୍ଣ୍ଣପୁର ସହରରେ ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ । ଲୋକେ ଏବେଠୁ ପିଇବା ପାଣି ସମସ୍ୟାର ସମ୍ମୁଖିନ ହେଲେଣି । ସହରରୁ ଗାଁ ଯାଏଁ ରହିଛି ଅନେକ ଥଣ୍ଡା ପାନୀୟ ପ୍ରକଳ୍ପ କିନ୍ତୁ ଅଧିକାଂଶ ଅଚଳ । ତେବେ ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ଏବେଠୁ ଯତ୍ନବାନ ହେବାକୁ ଲୋକେ ଗୁହାରୀ କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସହରରେ ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ । ଚୈତ୍ର ମାସ ପ୍ରଥମରୁ ହିଁ ଲୋକେ ଖରା ତାତି ଅନୁଭବ କଲେଣି । ପାହାନ୍ତିଆରେ ବଉଳିଆ ଶୀତ ହେଉଥିବା ବେଳେ ଦିନରେ ସର୍ବାଧିକ ତାପମାତ୍ରା 40 ଉପରକୁ ଯାଉଛି । ଦିନ ସାଢ଼େ ବାରଟା ବେଳକୁ ରାସ୍ତା ଘାଟ ବି ଶୂନସାନ ହୋଇ ପଡୁଛି । ଲୋକେ ଏବେଠୁ ପିଇବା ପାଣି ସମସ୍ୟାର ସମ୍ମୁଖିନ ହେଲେଣି । ସହରରୁ ଗାଁ ଯାଏଁ ରହିଛି ଅନେକ ଥଣ୍ଡା ପାନୀୟ ପ୍ରକଳ୍ପ କିନ୍ତୁ ଅଧିକାଂଶ ଅଚଳ ହୋଇ ପଡିଛି । କେଉଁ ପ୍ରକଳ୍ପରେ ପାଣି ଆସୁ ନାହିଁ ତ କେଉଁ ପ୍ରକଳ୍ପର ପାଣି ଟ୍ୟାବ ଭାଙ୍ଗୀ ଯାଇଛି । କିଛି ପ୍ରକଳ୍ପର ଥଣ୍ଡା ମେସିନ କାମ କରୁ ନାହିଁ ।

ସହରରେ ଆରମ୍ଭ ହେଲାଣି ଗ୍ରୀଷ୍ମପ୍ରବାହ, ଏବେଠୁ ପିଇବା ପାଣି ସମସ୍ୟା

ତେବେ ସଦର ପୌର ପରିଷଦ ପାଖରେ ଅଭିଯୋଗ ହୋଇଥିଲେ ବି ପୌର ପରିଷଦ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି । ଏପରିକି ଏଯାଏଁ ସହରରେ କୌଣସି ଯାଗାରେ ଜଳ ଛତ୍ର ଅବା ଛାଇର ବ୍ୟବସ୍ଥା କରାଯାଇ ପାରିନାହିଁ । ଏବେ ମହାନଦୀରେ ଜଳ ଧାର କମି କମି ଯାଉଥିବା ବେଳେ ସହରରେ ଅଳିଆ ଆବର୍ଜନା ଓ ଆଖପାଖ ଅଞ୍ଚଳର ଚାଷ ଜମିର ପରାଳିରେ ନିଆଁ ଲଗେଇ ଦିଆ ଯାଉଥିବାରୁ ଗରମ ବେଶ ଅନୁଭବ ହେଉଛି ।

ତେବେ ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ଏବେଠୁ ଯତ୍ନବାନ ହେବାକୁ ଲୋକେ ଗୁହାରୀ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.