ETV Bharat / state

ବିଭିନ୍ନ ଦାବି ନେଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନ

author img

By

Published : Feb 5, 2021, 8:33 PM IST

ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ
ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ରାଜ୍ୟ ସଂଘର ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଠିକା କର୍ମଚାରୀ ଏଥିରେ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ବିଭିନ୍ନ ଦାବି ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନଏଏମ୍) ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ରାଜ୍ୟ ସଂଘର ଆହ୍ବାନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାରେ ସମସ୍ତ ଠିକା କର୍ମଚାରୀ ଏଥିରେ ସାମିଲ ଅଛନ୍ତି । ବିଭିନ୍ନ ସମୟରେ ହୋଇଥିବା ଦାବି ଗୁଡିକ ପୂରଣ ହେଉ ନଥିବାରୁ ଆଜି ଠାରୁ ସେମାନେ କଳା ବ୍ୟାଚ ପରିଧାନ କରି କଲମ ଛାଡ଼ ଆନ୍ଦୋଳନ କରିଛନ୍ତି ।

ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ

ସଂଘ ପକ୍ଷରୁ ନନ୍ ମେଡିକୋ ପବ୍ଲିକ୍ ହେଲଥ ମ୍ୟାନେଜମେଣ୍ଟ କ୍ୟାଡର ସୃଷ୍ଟି କରି ସେହି ପଦବୀରେ ସ୍ଥାୟୀ ନିଯୁକ୍ତି ସହ ଅଧିକ ଏକ ମାସର ଦରମା ପ୍ରଦାନ ପରି ପାଞ୍ଚଟି ଦାବି କରାଯାଇଛି । ଦାବି ପୂରଣ ନହେବା ଯାଏଁ ତଥା ସରକାର ଆଲୋଚନା କରିବା ପର୍ଯ୍ୟନ୍ତ ସଂଘ ଅଧୀନରେ ଥିବା କର୍ମଚାରୀ ମାନେ ଅଫିସ ଆସିଲେ ମଧ୍ୟ କାର୍ଯ୍ୟ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । କୋଭିଡ ସମୟରେ ଅଧିକ କାମ କରିଥିଲେ ହେଁ ସରକାର ତାଙ୍କ କଥା ଭୁଲି ଗଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.