ETV Bharat / state

ପାଖଉଛି ନୂଆଖାଇ, ନବାର୍ଣ୍ଣ ପାଇଁ ଅଭାବ ସରିଆଁ ଧାନ

author img

By ETV Bharat Odisha Team

Published : Sep 2, 2023, 11:21 AM IST

nuakhai festival
nuakhai festival

ଜିଲ୍ଲାରେ ଦେଖିବାକୁ ମିଳୁନି ସରିଆଁ ଧାନ । ବେର୍ଣ୍ଣା କିସମର ଚାଷ ଜମିରେ ହେଉଥିବା ଏହି ଦେଶୀ କିସମର ଧାନର ଅଭାବ ଦେଖା ଦେଇଛି । ଅଧିକ ପଢନ୍ତୁ

nuakhai festival

ସୁବର୍ଣ୍ଣପୁର: ଆଉ କେଇଟା ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ନୂଆଖାଇ ପାଇଁ ସରିଆଁ ଧାନ ଆବଶ୍ୟକ ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳୁନାହିଁ । ବେର୍ଣ୍ଣା କିସମର ଚାଷ ଜମିରେ ହେଉଥିବା ଏହି ଦେଶୀ କିସମର ଧାନର ଅଭାବ ଦେଖା ଦେଇଛି । ବିଳମ୍ବିତ ମୌସୁମୀ, ଅନିୟମିତ ବର୍ଷା ତଥା ହାଇବ୍ରିଡ କିସମର ଧାନ ବ୍ୟାପକ ପରିମାଣରେ ଚାଷ ହେଉଥିବାରୁ ନୂଆଖାଇ ବେଳକୁ ସରିଆଁ ଧାନ ମିଳୁନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏହି ଦେଶୀ କିଶମର ଧାନ ଚାଷକୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି ।

ସୂଚନା ମୁତାବକ, ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ ପଶ୍ଚିମ ଓଡିଶାରେ ପାଳନ ହେବ ନୂଆଖାଇ ପର୍ବ । ପ୍ରତି ଘରେ ଘରେ ପୁରେ ପୁରେ ଅନ୍ନ, କ୍ଷୀରି, ପିଠା ପଣା ସାଙ୍ଗକୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେବ । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିବ । ଆଉ ଏଥିପାଇଁ ଆବଶ୍ୟକ ହୁଏ ସରିଆଁ ଧାନ । ହେଲେ ସରିଆଁ ଧାନର ଅଭାବ ଯୋଗୁଁ ଲୋକେ ପୁରୁଣା ଚାଉଳ ସହିତ କେଣ୍ଡାଏ ଦୁଇକେଣ୍ଡା ସରିଆଁ ଧାନର ଚାଉଳ ମିଶାଇ ଏହି ପର୍ବ ପାଳନ କରିବେ ।

ଏହା ମଧ୍ୟ ପଢନ୍ତୁ- ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଆରମ୍ଭ, 'ନବାର୍ଣ୍ଣ' ପାଇଁ ପତ୍ରର ବ୍ୟବହାର ବିଭିନ୍ନତା ଭିତରେ ଏକତାର ପ୍ରତୀକ

ତେବେ ଅଳ୍ପ କିଛି ସରିଆଁ ଧାନ କିଣି ପୁରୁଣା ଚାଉଳ ମିଶାଇ ନବାର୍ଣ୍ଣ ପର୍ବ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି କରୁଛନ୍ତି । ଏବେ ଆଉ ଆଟ କିସମର ଜମିରେ ସ୍ପଳ୍ପ ମିଆଦି ଧାନ ଉତ୍ପାଦନ କରାଯାଉ ନ ଥିବାରୁ ନୂଆଖାଇ ବେଳକୁ ବର୍ଷର ପହିଲି ଉତ୍ପାଦିତ ଧାନର ଘୋର ଅଭାବ ଦେଖା ଦେଉଛି । ପ୍ରାୟ 60 ଦିନିଆ ଧାନ ଚାଷ କଲେ ଜନସାଧାରଣ ନୂଆଁଖାଇ ବେଳକୁ ନୂତନ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ ବ୍ୟବହାର କରି ପାରନ୍ତେ । ହେଲେ କମ ଉତ୍ପାଦନ ଯୋଗୁଁ ଚାଷୀମାନେ ଆଉ ସ୍ବଳ୍ପ ମିଆଦି ଧାନ ଚାଷ କରୁ ନାହାନ୍ତି । ସେପଟେ ଜିଲ୍ଲା କୃଷି ବିଭାଗ ବି ସରିଆଁ ଧାନ ଅବା ସ୍ବଳ୍ପ ମିଆଦି ଧାନ ଚାଷ ପାଇଁ ପ୍ରୋତ୍ସାହନ ଦେବାକୁ ଦାବି ହେଉଛି । ଚାଷୀକୁ ଆବଶ୍ୟକ ପ୍ରତ୍ସୋହନ ଦିଆଗଲେ ସରିଆଁ ଧାନର ଅଭାବ ଦୂର ହେବ ବୋଲି ଚାଷୀ ଦାବି କରିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.