ETV Bharat / state

କ୍ଷେତରେ ଗଜା ହେଉଛି ଧାନ, କ୍ଷତିଗ୍ରସ୍ତ ଚାଷୀ

author img

By

Published : Jun 4, 2021, 7:36 AM IST

ପୁଣି ଦୁଃଖରେ ଚାଷୀ । କ୍ଷେତରେ ଗଜା ହେଉଛି ଧାନ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧର୍ମଶାଳାର କିଛି ଚାଷୀ । ଅଧିକ ପଢନ୍ତୁ...

କ୍ଷେତରେ ଗଜା ହେଉଛି ଧାନ, କ୍ଷତିଗ୍ରସ୍ତ ଚାଷୀ
କ୍ଷେତରେ ଗଜା ହେଉଛି ଧାନ, କ୍ଷତିଗ୍ରସ୍ତ ଚାଷୀ

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ରବି ଋତୁରେ ଚାଷୀମାନେ ଟୋକନ ଅଭାବରୁ ଧାନ ବିକ୍ରି କରି ପାରୁନଥିବା ଅଭିଯୋଗ ହେଉଛି । ଚାଷୀ ଯେତିକି ଟୋକନ ପାଉଛନ୍ତି ତାଠୁ ଅଧିକ ଚାଷଜମିରେ ଧାନ ଉତ୍ପାଦନ କରୁଛନ୍ତି । ବିଶେଷକରି ଉଠା ଜଳସେଚନ ମାଧ୍ୟମରେ ଚାଷୀ ପଡିଆ, ଆଟ, ମାଳ ଆଦି କିସମ ଜମିରେ ଧାନ ଉତ୍ପାଦନ କରୁଥିବା ବେଳେ ସେହି ଜମିର ଉତ୍ପାଦନକୁ ବିକ୍ରି କରିବା ପାଇଁ ସୋମାନଙ୍କୁ ଟୋକନ ମିଳୁନାହିଁ ।

କ୍ଷେତରେ ଗଜା ହେଉଛି ଧାନ, କ୍ଷତିଗ୍ରସ୍ତ ଚାଷୀ

ଏହି ମାମଲା ବିରୋଧରେ ଚାଷୀ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିବା ବେଳେ ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ଟୋକନ ମିଳୁନଥିବା ସମସ୍ୟା । ଆଉ ଅନ୍ୟପଟେ ଅଦିନିଆ ବର୍ଷାରେ ଚାଷୀ ବେଶ କ୍ଷତିଗ୍ରସ୍ତ ହେଉଛି । ବର୍ଷା ଯୋଗୁଁ ଚାଷଜମିରେ ଧାନ ଗଜା ହୋଇ ଯାଉଥିବା ଦେଖିବାକୁ ମିଳିଛି ।

ପବନ ଓ ବର୍ଷାରେ ଧାନଗଛ ଶୋଇ ପଡିଥିବା ବେଳେ ଧାନ ଅମଳ ହୋଇ ପାରୁ ନଥିବାରୁ କ୍ଷେତରେ ଗଜା ହେଉଛି । ସେହିପରି ଧାନ ଖଳାରୁ ବିକ୍ରି ମଣ୍ଡି ପର୍ଯ୍ୟନ୍ତ ଚାଷୀ ଧାନ ନେଇ ପାରୁନାହିଁ । ତେବେ ଟୋକନ ପାଉ ନଥିବାରୁ ଚାଷୀ ଧାନ ବିକ୍ରିରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.