ETV Bharat / state

ଧର୍ମଦାଣ୍ଡି ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ଦାବୀରେ ବିକ୍ଷୋଭ

author img

By

Published : Jul 7, 2022, 8:55 PM IST

ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ 2019 ମସିହାରେ ଧର୍ମଦାଣ୍ଡି ନାଳରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରକଳ୍ପ କାମ ଆରମ୍ଭ ହେଉ ନଥିବାରୁ ଚାଷୀ ମରୁଡିରେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ, ଚାଷୀ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆନ୍ଦୋଳନ କରିଛନ୍ତି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଆଜି(ଗୁରୁବାର) ଜିଲ୍ଲାର ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ଡୁଙ୍ଗୁରିପାଲି ବ୍ଳକର ତିନୋଟି ପଞ୍ଚାୟତର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ଚାଷୀ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବୀରେ ଏହି ଆନ୍ଦୋଳନ କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ 2019 ମସିହାରେ ଜଳସେଚନ ବିଭାଗ ମନ୍ତ୍ରୀ ଥିବା ସମୟରେ ଧର୍ମଦାଣ୍ଡି ନାଳରେ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ସେହି ପ୍ରକଳ୍ପ ଆରମ୍ଭ ହେଉ ନଥିବାରୁ ଚାଷୀ ମରୁଡିରେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଡୁଙ୍ଗୁରିପାଲି ବ୍ଳକର ଶୁଖା, କର୍ଲାଜୁରୀ ଓ ଇଚ୍ଛାପୁର ପଞ୍ଚାୟତ ହୀରାକୁଦ ଜଳସେଚିତ ଅଞ୍ଚଳର ତଳି ମୁଣ୍ଡରେ ରହିଛି ।

ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବିକ୍ଷୋଭ, ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ତେବେ ତଳି ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବାରୁ ଚାଷୀ ମରୁଡିର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ଦାବି ଉପରେ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନଥିବାରୁ ଚାଷୀ ମେଗା ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାବୀ ପୂରଣ ନହେଲେ ଆଗକୁ ଆନ୍ଦୋଳନ ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.