ETV Bharat / state

BSKY: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧ ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

author img

By

Published : Nov 26, 2021, 12:44 PM IST

BSKY: ବିଜେପି କର୍ମୀଙ୍କୁ ବିରୋଧ ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
BSKY: ବିଜେପି କର୍ମୀଙ୍କୁ ବିରୋଧ ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ସୁବର୍ଣ୍ଣପୁରରେ ବିଜୁ ସ୍ବାସ୍ଥ୍ୟ କାର୍ଡ(BSKY) ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧ ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବିରୋଧ ସମୟରେ ତାଙ୍କ କର୍ମୀ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ବିଜେପିର ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁରରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ (BSKY Distribute Programme) ଆକ୍ରମଣ ହୋଇଥିବା ଜଣାପଡିଛି ।

BSKY: ବିଜେପି କର୍ମୀଙ୍କୁ ବିରୋଧ ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ତେବେ BSKY କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ସୁଶାନ୍ତ ସିଂ ଆସିଥିଲେ । ଭଗବତୀ କଲ୍ୟାଣ ମଣ୍ଡପରେ କାର୍ଡ ବଣ୍ଟନ କରି ବାହାରିବା ସମୟରେ କିଛି ବିଜେପି କର୍ମୀ ମନ୍ତ୍ରୀ ଶୁଶାନ୍ତ ସିଂଙ୍କୁ ବିରୋଧ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଆସିଥିବା କର୍ମୀମାନେ ବିଜେପି କର୍ମୀ ତଥା ବିଜେପି ନଗର ସଭାପତି ଜଗତଜ୍ୟୋତି ତ୍ରିପାଠୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଶୁଶାନ୍ତ ସିଂ 4ଟି ବୋଲେରୋରେ ଗୁଣ୍ଡା ଆଣି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି ।

ଗଣତାନ୍ତ୍ରିକ ପଦ୍ଧତ୍ତିରେ ବିରୋଧ କରିବା ସମୟରେ ବିଜେଡି କର୍ମୀଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ଦୃଢ ନିନ୍ଦା କରିଛି ବିଜେପି । ସେହିପରି ଦୁଇ ଜଣ କଂଗ୍ରେସ କର୍ମୀଙ୍କ ମଧ୍ୟ ସମଲେଇ ମନ୍ଦିର ଛକରେ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ କଂଗ୍ରେସ କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛି । ଏନେଇ ଉଭୟ ଦଳ ପକ୍ଷରୁ ସୁବର୍ଣ୍ଣପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.