ETV Bharat / state

ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ 2 ମୃତ

author img

By

Published : Jan 16, 2022, 9:41 PM IST

ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ 2 ମୃତ
ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ 2 ମୃତ

ସୁବର୍ଣ୍ଣପୁର-ବଲାଙ୍ଗୀର 57 ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 2 ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା । ସୁବର୍ଣ୍ଣପୁର ବଡଝିଙ୍କିର ପନ୍ଥେଇ ପାଖରେ ଏହି ଦୁର୍ଘଟଣା ଘଟିଛି ।

ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ 2 ମୃତ

ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର-ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ବଡଝିଙ୍କିର ପନ୍ଥେଇ ନିକଟରେ ଏକ ବିଦ୍ୟୁତ ତାର ବୋଝେଇ 12 ଚକିଆ ଟ୍ରକ ଛିଡା ହୋଇଥିଲା । ବଲାଙ୍ଗୀର ପଟୁ ଆସିଥିବା ଏକ ବାଇକ, ଦ୍ରୁତଗତିରେ ଆସି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୁଇ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଯୁବକ ଜିଲ୍ଲାର କଳାପଥର ଗାଁର ଭୀମ ମୁଣ୍ଡା ଓ ସାଗର ମୁଣ୍ଡା ବୋଲି ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.