ETV Bharat / state

ନା ଥିଲା ହୋମ ଯଜ୍ଞ, ନା ଥିଲା ମନ୍ତ୍ରପାଠ: ସାକ୍ଷୀ ରହିଲେ ମହାପୁରୁଷ

author img

By

Published : Jun 21, 2021, 9:17 PM IST

ନିଆରା ବିବାହ: ଶୁଭିଲାନି ମନ୍ତ୍ରପାଠ, ସାଖି ରହିଲେ ବୁଦ୍ଧ ଓ ଆମ୍ବେଦକର
ନିଆରା ବିବାହ: ଶୁଭିଲାନି ମନ୍ତ୍ରପାଠ, ସାଖି ରହିଲେ ବୁଦ୍ଧ ଓ ଆମ୍ବେଦକର

ସାମାଜିକ ପରମ୍ପରା ଠାରୁ ଦୂରରେ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହେଲେ ନବଦମ୍ପତି । ଶୁଭିଲାନି ମନ୍ତ୍ରପାଠ, କେବଳ ସାକ୍ଷୀ ରହିଲେ ଭଗବାନ ବୁଦ୍ଧ ଓ ଆମ୍ବେଦକର । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର : ବିନିକା ବ୍ଲକ ସେଲେଡି ଗ୍ରାମରେ ନିଆରା ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇ ଚର୍ଚ୍ଚାକୁ ଆସିଛନ୍ତି ଏକ ନବ ଦମ୍ପତି। ତାଙ୍କର ବିବାହରେ ନା ଥିଲେ ବରଯାତ୍ରୀ, ନା ଥିଲା ବାଜା, ରୋଷଣି, ନା ହୋମଯଜ୍ଞ, ନା ବେଦପାଠ ନା ମନ୍ତ୍ର, ନା ଥିଲା ଜାନି ଯୈାତୁକ । କେବଳ ଭଗବାନ ବୁଦ୍ଧ ଓ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହୋଇ ଉଦାହରଣ ସାଜିଛନ୍ତି ଏହି ଦମ୍ପତି । ତେବେ ଏହି ନବଦମ୍ପତିଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ।

ନିଆରା ବିବାହ: ଶୁଭିଲାନି ମନ୍ତ୍ରପାଠ, ସାଖି ରହିଲେ ବୁଦ୍ଧ ଓ ଆମ୍ବେଦକର

କିଛି ଏମିତି ଥିଲା ସମ୍ପୂର୍ଣ୍ଣ ବିବାହର କାହାଣୀ । ସୁବର୍ଣ୍ଣପୁର ଜିଲ୍ଲାର ବ୍ରାହ୍ମଣିପାଲି ଗାଁର ଡୋଲାମଣି ସୁନାଙ୍କ ପୁଅ ଦଶରଥ ସୁନାଙ୍କ ସହ ସେଲେଡି ଗ୍ରାମର ତଥା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଭଉଣୀ ନଳିନୀ କୁମ୍ଭକାରଙ୍କ ବିବାହ ଉଭୟ ପରିବାରର ସହମତି କ୍ରମେ ସ୍ଥିର କରାଯାଇଥିଲା । ଏନେଇ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ତଥା ନିଆରା ଢଙ୍ଗରେ ସମସ୍ତ ରୀତିନୀତି ଠାରୁ ଦୂରରେ ଏମିତିକି ବିନା ମନ୍ତ୍ରପାଠରେ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବୁଦ୍ଧ ଓ ବାବା ସାହେବ ଆମ୍ବେଦକରଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବିନା ଯୌତୁକରେ ନିରାଡମ୍ବର ଭାବେ ବିବାହ କରିଛନ୍ତି ଉଭୟ ଦଶରଥ ଓ ନଳିନୀ । ଏଭଳି ବିବାହକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସା ମଧ୍ୟ କରାଯାଇଛି ।

ବିନା ଯୌତୁକରେ ନିଆରା ବାହାଘର
ବିନା ଯୌତୁକରେ ନିଆରା ବାହାଘର
ବିନା ଯୌତୁକରେ ନିଆରା ବାହାଘର
ବିନା ଯୌତୁକରେ ନିଆରା ବାହାଘର

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.