ETV Bharat / state

75 ବର୍ଷ ବରକୁ 35 ବର୍ଷର କନିଆ

author img

By

Published : Nov 12, 2019, 2:12 AM IST

ବର 75କୁ କନ୍ୟା 35

ବର 75କୁ କନ୍ୟା 35 । ସୁବର୍ଣ୍ଣପୁରର ତରଭା ବ୍ଲକ ଅର୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର ।

ସୁବର୍ଣ୍ଣପୁର: ଧୁମଧାମରେ ସରିଲା ବାହାଘର । ବର-ବଧୁଙ୍କୁ ଦେଖିବାକୁ ପିଲାଠୁ ବୁଢା ସବୁ ଉତ୍ସାହର ସହ ଅନାଇ ବସିଛନ୍ତି । କାରଣ ଏହା ସାଧାରଣ ବାହାଘରଠୁ ଟିକେ ଭିନ୍ନ । ଏଠାରେ ବର ଓ କନିଆ ବୟସ ଭିତରେ ରହିଛି ଆକାଶ -ପାତାଳ ପାର୍ଥକ୍ୟ । ବରକୁ 75 ବର୍ଷ ହୋଇଥିଲା ବେଳେ କନିଆକୁ 35 ବର୍ଷ । ସୁବର୍ଣ୍ଣପୁରର ତରଭା ବ୍ଲକ ଅର୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ନିଆରା ବାହାଘର ।

ବର 75କୁ କନ୍ୟା 35

ବାର୍ଦ୍ଧକ୍ୟରେ ଏକା ଜୀବନ କଷ୍ଟକର ହୋଇପଡି ଥିବାକୁ ୭୫ ବର୍ଷୀୟ ଦେବାର୍ଚ୍ଚନ ମେଣ୍ଡିଲୀ ପୁଣିଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଛିବର୍ଷ ପୁର୍ବେ ଦେବାର୍ଚ୍ଚନଙ୍କ ପତ୍ନୀ,ପୁଅ ଏବଂ ଝିଅର ମୃତ୍ୟୁ ହୋଇଯାଇଥିଲା । ପରେ ପାଖରେ ଥିବା ନାତୁଣୀର ବି ବିବାହ ସାରିଦେଲେ । ଶେଷରେ ନିସଙ୍ଗ ଜୀବନ ଯେପରି ଦେବାର୍ଚ୍ଚନଙ୍କୁ ଏକାକାର କରିଦେଇଥିଲା । ଏଥିପାଇଁ ସେ ପଡୋଶୀ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ପାରମ୍ପାରିକ ରିତିନୀତିରେ ବିବାହ କରି କନ୍ୟାକୁ ଘରକୁ ଆଣିଛନ୍ତି । ଏ ନେଇ ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.