ETV Bharat / state

+2 ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ର

author img

By

Published : Jul 28, 2022, 12:24 PM IST

ଯୁକ୍ତ2 ପରୀକ୍ଷାରେ ଆସିଲାନି ଆଶାନୁରୂପ ଫଳ
+2 ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ର

ପରୀକ୍ଷାରେ ଆଶାନୁରୂପ ଫଳ ନପାଇବା ପରେ ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଅକ ଦୁଃଖଦ ଘଟଣା ଘଟିଛି ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳରେ । ଅଧିକ ପଢନ୍ତୁ

ସମ୍ବଲପୁର: ପରୀକ୍ଷାରେ ଆଶାନୁରୂପ ଫଳ ନପାଇବା ପରେ ଛାତ୍ରଙ୍କ ଆତ୍ମହତ୍ୟା । ଆଶାନୁରୂପ ଫଳ ନପାଇବାରୁ ପାଇଖାନା ପଛ ପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳରେ ଏଭଳି ଅକ ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ରୋହନ କୁମାର ଗୁରୁମ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ +୨ ବିଜ୍ଞାନ ପଢୁଥିଲେ ।

+2 ପରୀକ୍ଷାରେ ମିଳିଲାନି ଆଶାନୁରୂପ ଫଳ, ଜୀବନ ହାରିଲେ ଛାତ୍ର

ସେ ଦିନକୁ ପ୍ରାୟ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିବା ପରିବାର ଲୋକ କହିଛନ୍ତି । ଗତକାଲି(ବୁଧବାର) ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ରୋହନ ଅନଲାଇନ ମାଧ୍ୟମରେ ନିଜ ରେଜଲ୍ଟ ଦେଖିଥିଲେ । ହେଲେ ସେ ଆଶାନୁରୂପ ଫଳ ନପାଇବାରୁ ମାନସିକ ଭାରସାମ୍ୟ ହରାଇ ପାଇଖାନା ପଛ ପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଖବର ଅନୁସାରେ, ରୋହନ ଯୁକ୍ତଦୁଇ ପରୀକ୍ଷାରେ ୪୯% ରଖିଥିବାବେଳେ ଆହୁରି ଅଧିକ ନମ୍ବର ରଖିବା ପାଇଁ ଆଶା ଥିଲା ବୋଲି ରୋହନଙ୍କ ଭାଇ କହିଛନ୍ତି । ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.