ETV Bharat / state

ପଡୋଶୀ ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

author img

By

Published : Jun 7, 2021, 9:57 PM IST

ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ସେହି କଥା ଦୁଷ୍କର୍ମକାରୀ ପୁରୁଷଙ୍କ ସ୍ତ୍ରୀକୁ କହିବାରୁ ଏଥିରେ ବିରକ୍ତ ହୋଇ ପୁଣି ସେହି ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପଡୋଶୀ ମହିଳାଙ୍କ ଘରେ ପଶି ପୁରୁଷର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ପଡୋଶୀ ମହିଳାଙ୍କ ଘରେ ପଶି ପୁରୁଷର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସମ୍ବଲପୁର: ପ୍ରଥମେ ଅଧ ରାତ୍ରୀରେ ଜଣେ ପୁରୁଷ ପଡୋଶୀ ମହିଳାଙ୍କ ଘରକୁ ପଶି ଦୁଷ୍କର୍ମ ଉଦ୍ୟମ କଲେ । ପରେ ମହିଳା ଜଣକ ଏନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଦୁଷ୍କର୍ମକାରୀଙ୍କ ସ୍ତ୍ରୀକୁ କହିବାରୁ ଏଥିରେ ବିରକ୍ତ ହୋଇ ପୁଣି ସେହି ମହିଳାଙ୍କୁ ମାଡ଼ ମାରିଥିଲେ। ଏମିତି ଘଟଣା ଘଟିଛି ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଭକ୍ତି ମଣ୍ଡପ ଅଞ୍ଚଳରେ ।

ପଡୋଶୀ ମହିଳାଙ୍କ ଘରେ ପଶି ପୁରୁଷର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଗତବିଳମ୍ବିତ ରାତ୍ରୀରେ ଏହି ଘଟଣା ଘଟିଥିବାବେଳେ ଆଜି ମହିଳା ଜଣକ ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ପୀଡିତା ମହିଳାଙ୍କ କହିବା ଅନୁସାରେ ପଡୋଶୀ ଅଜୟ ନାମକ ଜଣେ ଯୁବକ ମହିଳାଙ୍କ ଘରକୁ ଯାଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳା କୌଶଳ କ୍ରମେ ସେଠାରୁ ଖସିଆସି ଅଭିଯୁକ୍ତ ଅଜୟର ସ୍ତ୍ରୀକୁ ଏ ବାବଦରେ କହିଥିଲେ । ଏହା ପରେ କାହିଁକି ଏ ବିଷୟରେ ଘରେ କହିଲୁ କହି ଅଜୟ ସେହି ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିବା ମହିଳା ଅଭିଯୋଗ କରିଛନ୍ତି। ଏନେଇ ମହିଳା ବୁର୍ଲା ଥାନାରେ ଏତଲା ଦେଇଛନ୍ତି । ବୁର୍ଲା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.