ETV Bharat / state

କୋଶଳ ବନାମ ହୀରାଖଣ୍ଡ: ଶନିବାର ପଶ୍ଚିମ ଓଡ଼ିଆ ବନ୍ଦ ଡାକରା, ହୀରାଖଣ୍ଡ ସାମୁଖ୍ୟର ବିରୋଧ

author img

By ETV Bharat Odisha Team

Published : Nov 17, 2023, 8:01 PM IST

Etv Bhaକୋଶଳ ବନାମ ହୀରାଖଣ୍ଡ: ଶନିବାର ପଶ୍ଚିମ ଓଡ଼ିଆ ବନ୍ଦ ଡାକରା, ହୀରାଖଣ୍ଡ ସାମୁଖ୍ୟର ବିରୋଧrat
Etv Bକୋଶଳ ବନାମ ହୀରାଖଣ୍ଡ: ଶନିବାର ପଶ୍ଚିମ ଓଡ଼ିଆ ବନ୍ଦ ଡାକରା, ହୀରାଖଣ୍ଡ ସାମୁଖ୍ୟର ବିରୋଧharat

Western Odisha Strike: "କୋଶଳ ରାଜ୍ୟ" ବନାମ "ହୀରାଖଣ୍ଡ ରାଜ୍ୟ" । ପୁଣି ତେଜିଲା ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ପ୍ରସଙ୍ଗ । ଶନିବାର ପଶ୍ଚିମ ଓଡ଼ିଆ ବନ୍ଦ ଡାକରା ଦେଲା କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ସାମିଲ ହେବନି ହୀରାଖଣ୍ଡ ସାମୁଖ୍ୟ । ଅଧିକ ପଢ଼ନ୍ତୁ

କୋଶଳ ବନାମ ହୀରାଖଣ୍ଡ: ଶନିବାର ପଶ୍ଚିମ ଓଡ଼ିଆ ବନ୍ଦ ଡାକରା, ହୀରାଖଣ୍ଡ ସାମୁଖ୍ୟର ବିରୋଧ

ସମ୍ବଲପୁର: ପୁଣି ତେଜିଲା ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି । ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆସନ୍ତାକାଲି (ଶନିବାର) ପଶ୍ଚିମ ଓଡ଼ିଆ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି । ତେବେ ସମ୍ବଲପୁରରେ ବନ୍ଦ ପାଳନ ହେବ ନା ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛି l କାରଣ ସମ୍ବଲପୁରର "ହୀରାଖଣ୍ଡ ସାମୁଖ୍ୟ" ସଂଗଠନ ସମେତ ଆଉ କିଛି ସଂଗଠନ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସମର୍ଥନ କରିବେ ନାହିଁ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ତେଜୁଛି ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି, 18ରେ କୋଶଳ ମୁକ୍ତି ମୋର୍ଚ୍ଚାର ମହାବନ୍ଦ ଡାକରା

ବେଶ କିଛି ଦିନର ନିରବତା ପରେ ପୁଣି ଥରେ ଉଠିଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠନ କମିଟି ଆସନ୍ତାକାଲି(ଶନିବାର) ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି । ମାତ୍ର କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ବିରୋଧ କରିଛନ୍ତି ସମ୍ବଲପୁରର ହୀରାଖଣ୍ଡ ସାମୁଖ୍ୟ ଏବଂ ଅନ୍ୟ କିଛି ସଂଗଠନ । ଏସବୁ ସଂଗଠନ ଆସନ୍ତାକାଲି ବନ୍ଦ ପାଳନ ନକରି ଦୋକାନ ବଜାର ଖୋଲା ରଖିବାକୁ ସମ୍ବଲପୁରବାସୀଙ୍କୁ ନିବେଦନ କରିଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ସାଧାରଣ ଲୋକ ବନ୍ଦକୁ ସମର୍ଥନ କରିବେ କି ନା, ସେନେଇ ଅଡୁଆ ପରିସ୍ଥିତିରେ ପଡ଼ି ଯାଇଛନ୍ତି l ସମ୍ବଲପୁର ସହରରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ସମର୍ଥକ ଥିବା ବେଳେ, ସମ୍ବଲପୁରରେ ବନ୍ଦ ଡାକରାର ପ୍ରଭାବ କେତେ ପଡ଼ିବ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଆଜି(ଶୁକ୍ରବାର) ହୀରାଖଣ୍ଡ ସାମୁଖ୍ୟ ଓ ଅନ୍ୟ କିଛି ସଂଗଠନର ସଦସ୍ୟମାନେ ପଶ୍ଚିମ ଓଡ଼ିଶାକୁ ନେଇ ହୀରାଖଣ୍ଡ ରାଜ୍ୟ ଗଠନ ଦାବି ସହ ଅନ୍ୟ କେତେକ ଦାବିରେ ସମ୍ବଲପୁର ଉତ୍ତରାଞ୍ଚଳ RDCଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏସବୁ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଓଡ଼ିଆ ଫିଲ୍ମ ଜଗତ ବିବାଦକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଭାଷାକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି l ଅନ୍ୟପଟେ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ବିକ୍ରମ ରାଉତ ନାମକ ଜନୈକ ବ୍ୟକ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କୁ ନେଇ ସାମାଜିକ ଗଣ ମାଧ୍ୟମରେ ଆଶାଳୀନ ମନ୍ତବ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ଏଭଳି ବ୍ୟକ୍ତିଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ହୀରାଖଣ୍ଡ ସାମୁଖ୍ୟ l

ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ଓ ପଶ୍ଚିମ ଓଡିଶାକୁ ନେଇ ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ଗଠନ କରିବା ତଥା ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ନହେବା ଯାଏଁ ସମ୍ବଲପୁରୀ ଭାଷାକୁ ଓଡ଼ିଶାର ଦ୍ଵିତୀୟ ଭାଷାର ମାନ୍ୟତା ଦେବାକୁ ମଧ୍ୟ ଦାବି କରାଯାଇଛି l "ହୀରାଖଣ୍ଡ ସାମୁଖ୍ୟ" କୋଶଲ ଓ ସମ୍ବଲପୁରୀ ଭାଷାର ନାଁକୁ କୋଶଳି ବୋଲି କୁହାଯିବାକୁ ଗ୍ରହଣ କରେ ନାହିଁ । ତେଣୁ ଆସନ୍ତାକାଲି(ଶନିବାର)ର ବନ୍ଦ ଡାକରାକୁ ସମର୍ଥନ କରୁନଥିବା ସୂଚନା ଦେଇଛି l

ଆଜି(ଶୁକ୍ରବାର) ହୀରାଖଣ୍ଡ ସାମୁଖ୍ୟ ସଂଗଠନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଏହି ସବୁ ପ୍ରସଙ୍ଗ ନେଇ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିବାଦରେ ସାମିଲ ହୋଇଥିଲେ ଦୀପକ ପଣ୍ଡା, ପ୍ରଫୁଲ୍ଲ ହୋତା, ମହେନ୍ଦ୍ର ମିଶ୍ର, ଅନ୍ନପୂର୍ଣ୍ଣା ବାରିକଙ୍କ ସମେତ ବହୁ ସଂଗଠନର ସଦସ୍ୟ ଏବଂ କର୍ମକର୍ତ୍ତା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.